ଫୁଲବାଣୀ,୨୫/୦୯(ପିପିଟି); କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଡ଼ାଗରିପଦର ଗ୍ରାମର ସୋମେସ କହର ୬ ବର୍ଷ ପୂର୍ବେ ନଳକୂଅ ଖୋଳା ଠିକାଦାର ପାଖେ କାମ କରୁଥିବା ବେଳେ ବିଦ୍ଯୁତ ସମ୍ପର୍କରେ ଆସି ଦୁଇଟି ହାତ ହରାଇଲେ । ନିଜକାମ ପାଇଁ ବୃଧ ବାପା ମାଙ୍କ ଆବଶ୍ୟକ ପଡ଼ିଲା । ଏହିଭଳି କଷ୍ଠ ଜୀବନ କଟାଉଛନ୍ତି ସୋମେସ । ଏହି ଖବର ପାଇଁ ଟିମ୍ ହ୍ୟୁମାନିଟି ଏକ ସାମାଜିକ ସଂଗଠନ ସୋମେସ ନିକଟରେ ପହଞ୍ଚି ସହଯୋଗ କରିବାସହ ଗଣମାଧ୍ୟମକୁ ସୂଚନା ଦେଇ ଘଟଣା ପ୍ରସାରଣ କରିଥିଲେ । ଏହି ଖବର ପରେ କନ୍ଧମାଳ ସାଂସଦ ଅଚୂତ ସାମନ୍ତ ତାଙ୍କ ନିଜ ଅନୁଷ୍ଠାନ କିସ ଫାଉଣ୍ତେସନ ପକ୍ଷରୁ ମାସିକ ଦୁଇ ହଜାର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ଏକ ସ୍ବାଗତଯୋଗ୍ଯ ପଦକ୍ଷେପ କିନ୍ତୁ ସମସ୍ୟାର ସ୍ଥାୟୀ ସମାଧାନ ନୁହଁ । ଜଣେ ଲୋକ ପ୍ରତିନିଧି ହିସାବରେ ସରକାରଙ୍କ ଯୋଜନା ଓ ବ୍ୟବସ୍ଥାକୁ ପିଡୀତଙ୍କ ପାଖେ ପହଞ୍ଚାଇ କୃତ୍ରିମ ଅଙ୍ଗ ରୋପଣ ସରକାରୀ ବ୍ୟବସ୍ଥାରେ ବାସଗୃହ ଓ କୃତ୍ରିମ ଅଙ୍ଗ ରୋପଣ ପରେ ତାଲିମ ଦେଇ ରୋଜଗାର କ୍ଷମ କରାଇବା ନେଇ ସରକାରୀ ଯୋଜନା କାର୍ଯ୍ୟକାରୀ କରାଇ ଜିଲ୍ଲା ପାଇଁ ଉଦାହରଣ ସୃଷ୍ଟି କରିବା ନେଇ ବୁଦ୍ଧିଜୀବୀ ମତ ରଖିଛନ୍ତି । ଏହା ଦ୍ୱାରା ସୋମେସଙ୍କ ସମସ୍ୟାର ସ୍ଥାୟୀ ସମାଧାନ ହେବା ସହ ଜିଲ୍ଲାର ଅସହାୟ ଓ ଭିନ୍ନକ୍ଷମଙ୍କ ପାଇଁ ଏହା ଉଦାହରଣ ସୃଷ୍ଟି ହେବ । ଏହି ବ୍ୟବସ୍ଥାକୁ ସୋମେସଙ୍କ ନିକଟରେ ପହଞ୍ଚାଇବା ପାଇଁ ଜିଲ୍ଲାର ବୁଦ୍ଧିଜୀବୀ ଦାବି ରଖିଛନ୍ତି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)