ରାୟଗଡା,୨୦/୦୬(ପିପିଟି); ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଅଧିନ ଦେଉଳବାଡ଼ି ଚଞ୍ଚଡ଼ାସାହିର କାଣ୍ଟୁଶ୍ୟାମଙ୍କ ଦୁଇ ପୁତ୍ରଙ୍କ ମଧ୍ୟରେ ଜଣେ ସୁରେନ୍ଦ୍ର କାଣ୍ଟୁ।ଜନ୍ମରୁ ବିକଳାଙ୍ଗ ସୁରେନ୍ଦ୍ର କିନ୍ତୁ ଖୁବ୍ ବୁଦ୍ଧିମାନ।ପଢ଼ିବାର ଆଗ୍ରହ ପାଇଁ ସେ ସୃଷ୍ଟି କରି ପାରିଛନ୍ତି ଅନ୍ୟଙ୍କ ପାଇଁ ଉଦାହରଣ ବିକଳାଙ୍ଗ ହୋଇବି ସାଧାରଣ ଲୋକଙ୍କ ପରି ସେ ପାଠ ପଢିବା ସହ ଲେଖା ଲେଖି ମଧ୍ୟ କରନ୍ତି ଏହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ କାରଣ ନିଜ ପାଟିରେ କଲମକୁ ଧରି ଲେଖି ପାରନ୍ତି ଅନେକ କିଛି ଗୀତ ହେଉ କି ପାଠ ଅନବରତ ଲେଖି ପାରନ୍ତି ଅବିକଳ ସଧାରଣ ଲୋକଙ୍କ ପରି। କିନ୍ତୁ ଭାଗ୍ୟର ବିଡମ୍ବନା ଆଗକୁ ପାଠ ପଡ଼ିବାକୁ ଇଚ୍ଛା ଥିବା ସତ୍ତ୍ଵେ ଅର୍ଥ ଅଭାବରୁ ଆଉ ଆଗକୁ ପାଠ ପଢି ପାରିଲେ ନାହିଁ ଶେଷରେ ବାଧ୍ୟ ହୋଇ ଦୁଇ ପଇସା ରୋଜଗାର କରିବା ଉଦ୍ଧେଶ୍ୟରେ ଛୋଟିଆ ଦୋକାନଟିଏ କରିଲେ ତାହା ବି ବେଶୀ ଦିନ ଚାଲି ପାରିଲା ନାହିଁ କାରଣ ସୁରେନ୍ଦ୍ରକୁ ଦୋକାନ କାମରେ ସାହାଯ୍ୟ କରିଥିବା ତାଙ୍କ ମାଙ୍କ କାଳ ହୋଇଗଲା। ବିକଳାଙ୍ଗ ଭତ୍ତା ଛଡ଼ା ଆଉ କିଛି ସରକାରୀ ସହାୟତା ମିଳୁ ନାହିଁ, ରେସନ କାର୍ଡ ଥିଲା ତାହା ବି ଏବେ କଟି ଗଲା କହି ପଞ୍ଚାୟତରେ ଆଉ ଚାଉଳ ମିଳୁନାହିଁ।ପ୍ରଶାସନ ତରଫରୁ ଯେଉଁ ସାଇକେଲ ମିଳିଛି ତାହା ବି ବହୁତ ପୁରୁଣା ହୋଇଯାଇଥିବାରୁ ଭାଙ୍ଗିବାକୁ ବସିଲାଣି ଏପଟେ ଘରେ ବୁଢ଼ା ବାପା ଆଉ ଭାଇ କେମିତି ଚଳିବେ ତାହା ହିଁ କଷ୍ଟ ସାଧ୍ୟ। ସେଥିପାଇଁ ଆଉ ପାଠ ପଢିବା ତ ସମ୍ଭବ ନାହିଁ,ଯଦି ସରକାରଙ୍କ ଦ୍ଵାରା କିଛି ସହଯୋଗ ମିଳିଲେ ଆତ୍ମ ନିର୍ଭରଶୀଳ ହୋଇ ପାରିବି ବୋଲି ସୁରେନ୍ଦ୍ର ଜଣେଇଛନ୍ତି।
(ରିପୋର୍ଟ – ନବୀନ ନାୟକ ବେହେରା)