ବ୍ରହ୍ମପୁର,୨୬/୦୯(ପିପିଟି): ଭିଜିଲାନ୍ସ ଜାଲରେ ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା । ମନରେଗା ରାସ୍ତା କାମର ବିଲ କରେଇଦେବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଚଢ଼ାଉ କଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍ । ସହକାରୀ ଯନ୍ତ୍ରୀ ଶ୍ରୀ ପରିଡାଙ୍କ ପେଣ୍ଟ ପଛ ପକେଟରୁ ୪୦୦୦ ଟଙ୍କା ଜବତ କଲା ଭିଜିଲାନ୍ସ। ବ୍ରହ୍ମପୁର ଭିଜିଲାନ୍ସ କେସ ନମ୍ବର ୧୯/୨୨ ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଛି।