ବ୍ରହ୍ମପୁର,୧୬/୦୯(ପିପିଟି):ବ୍ରହ୍ମପୁର ଭିଜିଲାନ୍ସ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଆସିକା ଉଠା ଜଳସେଚନ ଉପଖଣ୍ଡ ବିଭାଗର ସହକାରୀ ଯନ୍ତ୍ରୀ ଈଶ୍ୱର ଦାଶ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି । ଭିଜିଲାନ୍ସ ଆଜି ଅପରାହ୍ନ ସମୟରେ ସହକାରୀ ଯନ୍ତ୍ରୀଙ୍କୁ ଧରିଛନ୍ତି । ବୁଗୁଡା ବ୍ଲକ ଅନ୍ତର୍ଗତ କୋଟକୋଲା – ୪ ଉଠା ଜଳସେଚନ ପ୍ରକଳ୍ପର ଚେକ୍ ମେଜରମେଣ୍ଟ ପାଇଁ ସହକାରୀ ଯନ୍ତ୍ରୀ ୫୦ ହଜାର ଟଙ୍କା ଦାବି କରିଥିଲେ। ଏହି ଘଟଣା ସମ୍ପର୍କରେ ଠିକା ସଂସ୍ଥା ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ଠିକା ସଂସ୍ଥା ଦାବି ମୁତାବକ ୫୦ ହଜାର ଟଙ୍କା ସହକାରୀ ଯନ୍ତ୍ରୀ ଶ୍ରୀ ଦାଶ ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଧରିଥିଲା। ସାକ୍ଷୀଙ୍କ ଉପସ୍ଥିତରେ ଭିଜିଲାନ୍ସ ସହକାରୀ ଯନ୍ତ୍ରୀଙ୍କ ଠାରୁ ୫୦ ହଜାର ଟଙ୍କା ଜବତ କରିଥିଲା। ଏହା ପରେ ବ୍ରହ୍ମପୁର ଭଡା ଘର,ଆସିକା କାର୍ଯ୍ଯାଳୟ ଓ ନିଜ ଗ୍ରାମ କବିସୂର୍ଯ୍ୟନଗର ସ୍ଥିତ ବୃନ୍ଦାବନ ଚନ୍ଦ୍ର ପୁର ଶାସନ ଠାରେ ଏକା ସମୟରେ ଚଢାଉ କରାଯାଇଥିଲା। ବ୍ରହ୍ମପୁର ଭିଜିଲାନ୍ସ କେସ ନମ୍ବର ୧୪, ତା୧୫/୦୯/୨୦୨୧ ,U/S 7 Prevention of corruption Act 2018 ଅନୁଯାୟୀ ଗିରଫ କରାଯାଇ ତଦନ୍ତ ଚାଲୁ ରହିଛି।