ବ୍ରହ୍ମପୁର,୩୧/୦୩(ପିପିଟି);କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ନିଶିଥ ନିଶାଙ୍କ ମାଲୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସ୍ୱାସ୍ଥ୍ୟକର୍ମୀ ବେଣୁ ପାଣି ଦିଗାଲଙ୍କଠାରୁ ଆରସିଏମ୍ ଏବଂ ଟିଏ ବିଲ୍ ପାସ୍ କରାଇବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଡାକ୍ତର । ତେବେ ନିଶିଥଙ୍କ ଧରାପଡ଼ିବା ପରେ ତାଙ୍କ ଫିରିଙ୍ଗିଆ ବାସଭବନ ଓ ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଥିବା ନେଇ ବ୍ରହ୍ମପୁର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି।