ଭିଜିଲାନ୍ସ ଜାଲରେ ଜିଆରଏସ, ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ।

ଭୁବନେଶ୍ୱର୨୫/୦୪: ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗ ଗ୍ରାମପଞ୍ଚାୟତର ଜିଆରଏସ୍‌ ବାବୁଲି ଚରଣ ପଢ଼ିଆରୀଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ବିଭାଗ ତାଜୁବ ହୋଇଯାଇଛନ୍ତି। ଭିଜିଲାନ୍ସ ବିଭାଗର ଚଢ଼ଉ ଜାରି ଥିବା ବ‌େଳେ ଏପର୍ଯ୍ୟନ୍ତ ଜିଆରଏସ୍‌ ଶ୍ରୀ ପଢ଼ିହାରୀଙ୍କ ୫୯ଟି ପ୍ଲଟ ଠାବ ହୋଇଛି। ଏଥିରୁ ଭୁବନେଶ୍ୱରରେ ୫୮ଟି ପ୍ଲଟ ଥିବା ବେଳେ  କଟକରେ ଗୋଟିଏ ପ୍ଲଟ ଠାବ ହୋଇଛି। ଶ୍ରୀ ପଢ଼ିଆରୀଙ୍କ ନନ୍ଦନକାନନ ନିକଟ ରଘୁନାଥପୁରରେ ଏକ ତିନି ମହଲା କୋଠା ରହିଛି, ଯାହାର ମୂଲ୍ୟ ୧ କୋଟି ୨୪ ଲକ୍ଷ ଟଙ୍କା ହେବ।ସୂଚନାଯୋଗ୍ୟ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ତିନି ଜଣ ଡ଼ିଏସପିଙ୍କ ସମେତ ୧୦ ଜଣ ଇନ୍ସପେକ୍ଟର ଆଜି ସକାଳ ଠାରୁ ଜିଆରଏସ୍‌ ବାବୁଲି ପଢ଼ିଆରୀଙ୍କ ଠିକଣାରେ ଚଢ଼ଉ ଆରମ୍ଭ କରିଥିଲେ। ଏହି ଚଢ଼ଉ ୬ଟି ସ୍ଥାନରେ ହୋଇଛି। ଚଢାଉ ଶେଷ ହେବା ପରେ ସବିଶେଷ ତଥ୍ଯ ଜଣାପଡିବ।

Comments (0)
Add Comment