ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗ ଯନ୍ତ୍ରୀ ।

ଭଞ୍ଜନଗର,୦୬/୦୪(ପିପିଟି): ରାଜ୍ୟରେ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସୁଛନ୍ତି। ଯାହା ଫଳରେ ବହୁ ସରକାରୀ ଅଧିକାରୀ ଆୟ ବହିର୍ଭୁତ ସମ୍ପତ୍ତି ରଖି ଭିଜିଲାନ୍ସ ହାବୁଡ଼ରେ ଧରା ପଡୁଥିବା ଦେଖାଯାଇଛି। ବୁଧବାର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଜଳସେଚନ ବିଭାଗର ଆଉ ଜଣେ ଯନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ ହୋଇଥିବା ଜଣାପଡିଛି । ବୁଧବାର ସକାଳୁ ସକାଳୁ ଯନ୍ତ୍ରୀଙ୍କ ଭଞ୍ଜନଗର ସରକାରୀ ବାସ ଭବନ ଓ କାର୍ଯ୍ୟାଳୟ,ଖଲ୍ଲିକୋଟ ନିକଟ ଲଙ୍ଗଳେଶ୍ୱର ଠାରେ ଥିବା ପୈତୃକ ଘର ଓ ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ଼ କରାଯାଇଛି । ରାଜ୍ୟ ଭିଜିଲାନ୍ସ କାର୍ଯ୍ଯାଳୟର ୫ଜଣ ଡିଏସପିଙ୍କ ନେତୃତ୍ଵରେ ୧୧ ଜଣ ଇନିସ୍ପେକ୍ଟରଙ୍କୁ ନେଇ ଏହି ଚଢ଼ାଉ କରାଯାଇଥିଲା। ଚଢାଉ ବେଳେ ବହୁ ମାତ୍ରାରେ ସମ୍ପତ୍ତି ଠାବ ହୋଇଥିବା ଜଣାପଡିଛି। ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ ଏନେଇ ଅଧିକ ତଥ୍ୟ ଦେବାକୁ ଭିଜିଲାନ୍ସ ବିଭାଗ ପକ୍ଷରୁ ମନା କରାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment