ଭିଜିଲାନ୍ସ ଜାଲରେ କାର୍ଯ୍ଯନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ ।

ବ୍ରହ୍ମପୁର,୦୯/୦୩: ଭିଜିଲାନ୍ସ ପକ୍ଷରୁ ଆଜି ବ୍ରହ୍ମପୁରରେ ବଡଧରଣର ଚଢ଼ାଉ ଆରମ୍ଭ ହୋଇଛି । ଆଉ ଭିଜିଲାନ୍ସ ଜାଲରେ ପଡିଛନ୍ତି ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ । ଜଣେ ଅତିରିକ୍ତ ଏସପି, ୪ ଜଣ ଡ଼ିଏସପି ଓ ୧୦ ଜଣ ଇନ୍ସପେକ୍ଟରଙ୍କୁ ନେଇ ଗଠିତ ଟିମ ଏବେ ଚଢ଼ାଉ ଜାରି ରଖିଥିବାବେଳେ ତାଙ୍କ ଘରୁ ନଗଦ ୧୬ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଛି । ବ୍ରହ୍ମପୁର ବ୍ୟତୀତ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଅନ୍ୟ ସ୍ଥାନ ସହ ପୈତୃକ ବାସଭବନ, ଅଫିସରେ ମଧ୍ୟ ଚଢ଼ାଉ ଜାରି ରହିଛି । ମିଳିଥିବା ସୂଚନା ମୁତାବକ ବ୍ରହ୍ମପୁରର ଗଜପତି ଲେନରେ ଥିବା ଦୁଇଟି ଘର, ଭୁବନେଶ୍ୱରରେ ଥିବା ଚାରି ମହଲା ଘର, ଆମ୍ବପୁଆରେ ଥିବା ଅଫିସ, ଛତ୍ରପୁରର ପୁଟବଗଡରେ ଥିବା ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରହିଛି ।ତେବେ ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ଯେତେବେଳେ ଭିଜିଲାନ୍ସ ଟିମ ଚଢ଼ାଉ କରିବାକୁ ପହଞ୍ଚିଥିଲେ, ଜଗନ୍ନାଥ ସେଠୀ ଓ ତାଙ୍କ ପୁଅ ଭିତରୁ କବାଟ ଖୋଲିନଥିଲେ । ଭିଜିଲାନ୍ସ ଟିମ ବାଧ୍ୟ ହୋଇ କବାଟ ଭାଙ୍ଗି ଘରେ ପଶିଥିଲା । ଭିଜିଲାନ୍ସ ଚଢ଼ାଉ ଶେଷ ହେବା ପରେ ସବିଶେଷ ତଥ୍ଯ ଜଣାପଡିବ।

Comments (0)
Add Comment