ଭିଜିଲାନ୍ସ ଜାଲରେ ଉପଖଣ୍ଡିୟ ପ୍ରାଣୀ ଚିକିତ୍ସାଳୟ ବିଭାଗର କନିଷ୍ଠ କିରାଣୀ ।

ଉଲୁଣ୍ଡା,୨୧/୦୫(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡିୟ ପଶୁଧନ ବିଭାଗର କନିଷ୍ଠ କିରାଣୀ ଗୋଲକ ବିହାରୀ ପୋଢ଼ ୧୫୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ି କୋର୍ଟ ଚାଲାଣ ହୋଇଛନ୍ତି । ହସ୍ତଗତ ଖବର ଅନୁସାରେ ବୀରମହାରାଜପୁର ଉପଖଣ୍ଡିୟ ପଶୁଧନ ବିଭାଗର କନିଷ୍ଠ କିରାଣୀ ଗୋଲକ ବିହାରୀ ପୋଢ଼ ଡେପୁଟେସନରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ସୂଚନା ଅନୁସାରେ ନିଜ ଅଧସ୍ତନ କର୍ମଚାରୀ ସିଂଢୋଲ ପଶୁଧନ ନିରୀକ୍ଷକ ନାରାୟଣ ମେହେର ଦୀର୍ଘ ଦୁଇ ବର୍ଷଧରି ଛୁଟିରେ ଥିଲେ । ତାଙ୍କ ଛୁଟି ସମୟର ବକେୟା ଦରମା ମଞ୍ଜୁରୀ କରେଇଦେବା ପାଇଁ ଶ୍ରୀ ପୋଢ଼ ୧୫୦୦୦ ଟଙ୍କା ଦାବି କରିଥିଲେ ।ଯାହାଫଳରେ ନାରାୟଣ ମେହେର ସୁବର୍ଣ୍ଣପୁର ଜିଲ୍ଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ନାରାୟଣ ମେହେରଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ସୁବର୍ଣ୍ଣପୁର ଦୁର୍ନୀତି ନିବାରଣ ଅଧିକାରୀ ତୁଷାରକାନ୍ତ ମହାପାତ୍ର ଓ ହୃଦାନନ୍ଦ କାଲୋ, ବଲାଙ୍ଗୀର ଦୁର୍ନୀତି ନିବାରଣ ଅଧିକାରିଣୀ ରିତାଞ୍ଜଳୀ ପଧାନ, ବଲାଙ୍ଗୀର ଦୁର୍ନୀତି ନିବାରଣ ଡ଼ିଏସପି ପଳସ୍ତି ଛତ୍ରୀୟା ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ ।

(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment