ଭାରତ ବନ୍ଦ ପାଇଁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି।

ଭୁବନେଶ୍ୱର,୦୭/୧୨; କୃଷକ ସଙ୍ଗଠନ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ମଙ୍ଗଳବାର ସମସ୍ତ ସରକାରୀ ଅଫିସ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବନ୍ଦ ସମୟରେ ଅନ୍ୟ ଅତ୍ୟାବଶ୍ୟକୀୟ ଜରୁରୀ ସରକାରୀ ସେବା ବଜାୟ ରହିବ। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

Comments (0)
Add Comment