ଭାରତୀୟ ସଂବିଧାନର ପ୍ରଣେତା ତଥ ଭାରତୀୟ ସଂବିଧାନର ଜନକ,ମହାନସମାଜସଂସ୍କାରକ,ଦଳିତ,ପତିତ,ଅବହେଳିତ, ନିସ୍ପେଷିତ ସମାଜର ତ୍ରାଣ କର୍ତ୍ତା,ବୋଧିସତ୍ବ,ମାନବବାଦୀ,ଭାରତ ରତ୍ନ ଡଃ ଭୀମରାଓ ରାମଜୀ ଆମ୍ବେଦକର ବିଶ୍ବ ଦରବାରରେ ଏକ ବିରଳ ବ୍ଯକ୍ତିତ୍ବ।ସେ ଏକାଧାରରେ ଜଣେ ଆଇନଜ୍ଞ,ଦାର୍ଶନିକ,ନୃତତ୍ତ୍ବବିତ,ରାଜନୀତିଜ୍ଞ,ଐତିହାସିକ,ଅର୍ଥନୀତିଜ୍ଞ, ଲେଖକ,ସଂପାଦକ,ଲିପ୍ଳବୀ ନେତା,ସମାଜ ସଂସ୍କାରକ ଓ ବିଶ୍ବ ବିକ୍ଷାତ ବିଦ୍ବାନ ଭାବେ ସୁପ୍ରସିଦ୍ଧ। ଭାରତ ବର୍ଷରେ ପାରମ୍ପାରିକ ଘୃଣିତ ଜାତି ପ୍ରଥା ବିଲୋପର ମହାରଥି,ମହାଯୋଦ୍ଧା ଏବଂ ସଂଗ୍ରାମୀ ମହାପୁରୁଷ ସେ କେବଳ ଦଳିତ ପତିତଂକ ମୁକ୍ତିଦାତା ନଥିଲେ ସେ ଥିଲେ ନିସ୍ପେଷିତ ନାରୀ ସମାଜର ତ୍ରାଣକର୍ତ୍ତା,ଶ୍ରମଜୀବୀଂକ ଉଦ୍ଧାରକର୍ତ୍ତା। ସର୍ବୋପରି ସମାଜର ଦରିଦ୍ର,ଅବହେଳିତ,ନିର୍ଯ୍ଯାତିତ ଓ ପଛୁଆ ବର୍ଗଂକ ପାଇଁ ଥିଲେ ମହାନ ସଂଗ୍ରାମୀ ନେତା । ତାଂକ ଦୃଷ୍ଟିକୋଣରେଜାତି,ବର୍ଣ୍ଣ, ଲିଂଗ, ଧର୍ମ, ନିର୍ବିଶେଷରେ ସମସ୍ତେ ସମାନ ।ବିଭେଦରୁ ଥିଲେ ବହୁତ ଊର୍ଦ୍ଧ୍ବରେ ।ମାନବବାଦୀ ଜନ ନାୟକ ।ଯେଉଁ ସମୟରେ ଭାରତୀୟ ହିନ୍ଦୁ ସମାଜରେ ତୀବ୍ର ଜାତି ପ୍ରଥାର ରୂପରେଖ ଚରମ ସୀମାରେ ଉପନିତ ହୋଇଥିଲା,ସେହି ଭଳି ଏକ ଘଡି ସନ୍ଧି ମୁହୂର୍ତ୍ତରେ ବାବା ସାହେବ ଆମ୍ବେଦକରଂକ ଜନ୍ମ ଗ୍ରହଣ ହୋଇଥିଲା।ସେହି ମହାପୁରୁଷଂକ ଜନ୍ମ ୧୪ ଏପ୍ରିଲ ୧୮୯୧ ମସିହା ମହୁ ନାମକ ସେନା ଛାଉଣିରେ ହୋଇଥିଲା। ତାଂକ ପୈତୃକ ନିବାସ ଥିଲା ମହାରାଷ୍ଟ୍ର ରାଜ୍ଯ ଅନ୍ତର୍ଗତ ରତ୍ନଗିରି ଜିଲ୍ଲା ନିକଟସ୍ଥ ଆମ୍ବାୱାଡେ ଗ୍ରାମରେ । ସେ ରାମୋଜୀ ଶକପାଲଂକ ୧୪ତମ ସନ୍ତାନ ଥିଲେ । ୧୮୯୬ ମସିହା ବେଳକୁ ଯେତେବେଳେ ଆମ୍ବେଦକରଂକୁ ୫ ବର୍ଷ ବୟସ ହୋଇଥିଲା ତାଂକ ମାତା ଭୀମାବାଈ ଈହଲୀଳା ସମ୍ବରଣ କରିଥିଲେ।ଏକ ସନ୍ତାନ ପାଇଁ ବାଲ୍ଯ ଜୀବନରେ ପରିବାର କିମ୍ବା ସମାଜରୁ ହେଉ ବାତ୍ସଲ୍ୟ ମମତା,ଶ୍ରଦ୍ଧା,ଆଦର,ପ୍ରେମ ଆବଶ୍ଯକ ହୋଇଥାଏ । ଆମ୍ବେଦକରଂକ ବାଲ୍ୟ ଜୀବନରୁ ହିଁ ନିର୍ଯାତନା,ତୀରଷ୍କାର ଏବଂ ଘୃଣାର ସମ୍ମୁଖିନ ହେବାକୁ ପଡିଥିଲା । ଯେତେବେଳେ ବାଲ୍ଯ ଶିକ୍ଷା ଲାଗି ନିକଟସ୍ଥ ପ୍ରାଥମିକ ବିଦ୍ଯାଳୟରେ ନାମ ଲେଖାଗଲା,ସେତେବେଳେ ଉକ୍ତ ବିଦ୍ଯାଳୟରେ ଉଚ୍ଚ ଜାତିର ପିଲାମାନେ ବିଦ୍ଯାଧ୍ଯୟନ କରୁଥିଲେ ।ମାତ୍ର ଆମ୍ବେଦକର ନୀଚ୍ଚ ଜାତିରେ ଜନ୍ମ ଗ୍ରହଣ କରିଥିବାରୁ ତାଙ୍କ ପ୍ରତି କଟକଣା ଲାଗୁ ହୋଇଥିଲା।ବସିବା,ଉଠିବା ଖାଇବା,ପିଇବାରେ ତୀକ୍ଷଣ ନଜର ରଖାଯାଉଥିଲା।ଉକ୍ତ ପ୍ରଥମିକ ବିଦ୍ଯାଳୟରେ ୩ୟ ଶ୍ରେଣୀ ଯାଏଁ ପାଠ ପଢାଯାଉଥିଲା। ଶିକ୍ଷକ କୌଣସି ଶ୍ରେଣୀର ପିଲଂକ ଗହଣରେ ଆମ୍ବେଦକରଂକୁ ନବସାଇ ବିଦ୍ୟାଳୟର ବାହାରେ ଏକ କୋଣରେ ବସାଇ ଦିଆ ଯାଉଥିଲା।ଏହା ଏକ ଲଜ୍ଜା ଜନକ ଘଟଣା ଥିଲା ।ଆମ୍ବଦକର ଶିକ୍ଷକଂକ ପାଇଁ ମୁଣ୍ଡ ବ୍ଯଥାର କାରଣ ହୋଇ ପଡିଥିଲା । ଶିକ୍ଷକମାନେ ଆମ୍ବେଦକରଂକୁ କଦର୍ଯ୍ଯ ଭାଷାରେ ବ୍ଯବହାର କରୁଥିଲେ ଓ ତାଂକୁ ସ୍ପର୍ଶ ମଧ୍ଯ କରୁ ନଥିଲେ । ବିଦ୍ଯାଳୟ ପ୍ରଶାସନ ଆମ୍ବେଦକରଂକ ପ୍ରତ୍ଯେକଟି ଗତି ବିଧିକୁ ଲକ୍ଷ୍ଯ ରଖୁଥିଲେ । ପଢା ଲେଖା ଠାରୁ ଖାଇବା ପିଇବା ପର୍ଯ୍ଯନ୍ତ କଟକଣା ଜାରି ରହିଥିଲା। କାରଣ ଦଳିତ ପିଲା ଯେଉଁ ଜିନିଷକୁ ଛୁଇଁବ ଅପବିତ୍ର ହୋଇଯିବ।ଏଣୁ ଆମ୍ବେଦକରଂକୁ ତୃଷା ଲାଗଲେ,ବହୁ ଦୂରରେ ବହୁ ସମୟ ଧରି ମାଠିଆ ନିକଟରେ ଦଣ୍ଡାୟମାନ ହେବାକୁ ପଡୁଥିଲା।ଯେତେବେଳ ପର୍ଯ୍ଯନ୍ତ ବିଦ୍ୟାଳୟର ପିଅନ ପାଣି ନପିଆଇଛି,ସେତେବେଳ ଯାଏଁ ଅପେକ୍ଷା ରତ ହେବାକୁ ପଡୁଥିଲା। ଏବଂ ଯେଉଁ ଦିନ ପିଅନ କୌଣସି କାରଣରୁ ଅନୁପସ୍ଥିତ ରହୁଥିଲା, ସେମିତି ଆମ୍ବେଦକରଙ୍କୁ ତୃଷାରେ ଦିନ ଅତିବାହିତ କରିବାକୁ ପଡ଼ୁଥିଲା।
ଥରେ ବାଳକ ଆମ୍ବେଦକର ବହି ବସ୍ତାନି ଧରି ସ୍କୁଲକୁ ଯାଉଥିଲେ । ଯିବା ବାଟରେ ଭୀଷଣ ବର୍ଷା ହେବାରୁ ସେ ଓଦା ହୋଇଯିବା ଭୟରେ ଏକ ସବର୍ଣ୍ଣ ଘର କାନ୍ଥରେ ଆଉଜି ରହଲେ । ଘରର ମାଲିକ ଆମ୍ବେଦକରଂକୁ ଦେଖି କ୍ରୋଧରେ ଜର୍ଜରିତ ହୋଇ ପଡିଲା । ସେ ଦୂର୍ ଦୂର୍ ହୁଅ ବୋଲି ଚିତ୍କାର କଲା। ଆମ୍ବେଦକର କହଲେ-ବର୍ଷା ଛାଡି ଗଲା ପରେ ସେ ଚାଲିଯିବାକୁ ଅନୁରୋଧ କଲେ।ଅସ୍ପୃଶ୍ଯ ବାଳକ ତାଂକ ଘର କାନ୍ଥକୁ ଆଉଜି ବିଟାଳ କରିଦେଲା ଭାବି ଏମିତି ଧକ୍କା ମାରିଲା ଯେ,ବାଳକ ଆମ୍ବେଦକର ପ୍ରବଳ ବର୍ଷାରେ କଚାଡି ହୋଇ ପଡିଲେ।ତାଂକର ସର୍ବାଂଗ ବର୍ଷାରେ ଭିଜିବା ସହ ବହି ପତ୍ର ସବୁ ଓଦା ହୋଇଗଲା।ଏମିତି ଦୁର୍ଦ୍ଦଶା ସତ୍ବେ ଧର୍ଯ୍ଯ ଚ୍ଯୁତ ନହୋଇ ସ୍କୁଲରେ ପହଞ୍ଚିଲେ। ଆମ୍ବେଦକରଂକୁ ଯେତେବେଳେ ନଅ ବର୍ଷ ହୋଇଥିଲା,ତାଂକ ସତାରା ସରକାରୀ ଉଚ୍ଚ ବିଦ୍ଯାଳୟରେ ଭର୍ତ୍ତି କରାଯାଇଥିଲା।ତାଂକର ଭଲ ପାଠ ପଢା ଏବଂ ବିଚକ୍ଷଣ ବୁଦ୍ଧି ଯୋଗୁଁ ସେହି ବିଦ୍ଯାଳୟର ଜଣେ ଶିକ୍ଷକ ତାଂକୁ ବହୁତ ଭଲ ପାଉଥିଲେ । ସେ ଜଣେ ବ୍ରାହ୍ମଣ ଶିକ୍ଷକ ଥିଲେ।ତାଂକ ନାମ କୃଷ୍ଣ କେଶବ ମହାଦେବ ଆମ୍ବେଦକର । ସେ ଚିନ୍ତା କଲେ ଯେ ଆମ୍ବେୱାଡେକର ସଂଜ୍ଞା ଯୋଗୁଁ ଭୀମରାଓ ଘୃଣିତ ହେଉଛନ୍ତି ,ତେଣୁ ସେ ନିଜର ସଂଜ୍ଞା ଦାନ କରି ଆମ୍ବେୱାଡେକର ସଂଜ୍ଞାଟି ସ୍କୁଲ ରେକର୍ଡ ଖାତାରୁ କାଟି ଦେଇଥିଲେ। ଆମ୍ବେଦକରଂକ ପ୍ରଗତି ପଥେ ଯେପରି ତାଂକ ସଂଜ୍ଞାଟି ପ୍ରତିବନ୍ଧକ ସୃଷ୍ଟି କରିବ ନାହି , ସେଥି ପ୍ରତି ସେ ଧ୍ୟାନ ଦେଇଥିଲେ।୧୯୦୨ ମସିହାରେ ଆମ୍ବଦକରଂକ ପରିବାର ବମ୍ବେକୁ ସ୍ଥାନାନ୍ତରିତ ହେଲା।ଏବଂ ସେଠାରେ ନାମ ଲେଖାଇ ବିଦ୍ଯାଧ୍ଯୟନ କଲେ।ଆମ୍ବେଦକରଂକ ପ୍ରବଳ ଇଛା ସଂସ୍କୃତରେ ପାଠ ପଢିବେ। ସଂସ୍କୃତ ଶିକ୍ଷା କରି ବେଦ ଉପନିଷେଦ ପଢିବେ। କିନ୍ତ ଉକ୍ତ ବିଦ୍ଯାଳୟରେ ଉଚ୍ଚ ବର୍ଣ୍ଣର ଛାତ୍ରମାନଂକୁ ହିଁ ସଂସ୍କୃତ ପଢିବା ଲାଗି ଯୋଗ୍ଯ ବିବେଚିତ ମନେ କରାଯାଉଥିଲା।କୌଣସି ଅସ୍ପୃଶ୍ୟ ଛାତ୍ରକୁ ସଂସ୍କୃତ ପଢିବା ଅଧିକାର ନଥିଲା।ଯେଉଁ ଶିକ୍ଷକ ଏହି କଠୋର ନିୟମକୁ ମାନୁ ନଥିଲେ,ତାଂକୁ ଚାକିରୀରୁ ବହିଷ୍କାର କରାଯାଉଥିଲା।ଏଣୁ ଆମ୍ବେଦକରଂକ ସଂସ୍କୃତ ପଢିବା ଆଶା ମଉଳି ଯାଇଥିଲା; ପରବର୍ତ୍ତୀ ସମୟରେ ନିଜ ପ୍ରଚେଷ୍ଟାରେ ସଂସ୍କୃତ ପଢି ଦକ୍ଷତା ଅର୍ଜନ କରିଥିଲେ। ହିନ୍ଦୁ ଧର୍ମର ସମସ୍ତ ଶାସ୍ତ୍ର ପଠନ କରିବାରେ ପାରଙ୍ଗମ ହୋଇ ପାରିଥିଲେ।୧୯୦୭ରେ ସେ ମାଧ୍ଯମିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ବମ୍ବେର ଏଲଫିନଷ୍ଟୋନ୍ ଉଚ୍ଚ ବିଦ୍ଯାଳୟରୁ ଭାରତ ବର୍ଷରେ ପ୍ରଥମ ମାଧ୍ଯମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଥମ ମାହାର ଜାତିର ବାଳକ ଥିଲେ। ଏଥି ପାଇଁ ମାହାର ଜାତିରେ ଏକ ଆନନ୍ଦର ଲହରୀ ଖେଳି ଯାଇଥିଲା।ଆମ୍ବେଦକରଂକୁ ସ୍ବାଗତ ସଂବର୍ଦ୍ଧନା କରିବା ପାଇଁ ଏକ ସଭାର ଆୟୋଜନ କରା ଯାଇଥିଲା।୧୯୦୬ରେ ସେ ନଅ ବର୍ଷର କନ୍ଯା ରମାବାଈଂକୁ ବିବାହ କରିଥିଲେ।୧୯୧୨ରେ ସେ ବମ୍ବେ ବିଶ୍ବ ବିଦ୍ଯାଳୟରୁ ଅର୍ଥ ଶାସ୍ତ୍ର ଏବଂ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରଥିଲେ।୧୯ ବର୍ଷ ପରେ ତାଂକର ପ୍ରଥମ ପୁତ୍ର ଯଶବନ୍ତ ଆମ୍ବେଦକର ଜନ୍ମ ଗ୍ରହଣ କରିଥିଲା । ୧୯୧୩ରେ ତାଂକ ପିତା ରାମୋଜୀ ଶକପାଲଂକର ଦେହାନ୍ତ ହୋଇଥିଲା।
ସେହି ବର୍ଷ ବରୋଦାର ରାଜା ଗାଏକୱାଡଂକ ଠାରୁ ତିନି ବର୍ଷ ପର୍ଯ୍ଯନ୍ତ ବୃତ୍ତି ପାଇ ଆମେରିକାରର କଲୋମ୍ବିଆ ବିଶ୍ବ ବିଦ୍ଯାଳୟରେ ପୋଷ୍ଟ ଗ୍ରଜୁଏଟ ପଢିବା ପାଇଁ ପ୍ରସ୍ଥାନ କରିଥିଲେ ।୧୯୨୦ରେ ବିଲାତ ଯାଇ ଉଚ୍ଚ ଶିକ୍ଷା ପ୍ରାପ୍ତ କରିଥିଲେ। ୧୯୨୩ରେ ଉଚ୍ଚ ଶିକ୍ଷା ସମାପ୍ତ କରି ଭାରତ ପ୍ରତ୍ଯାବର୍ତ୍ତନ କରି ଗାଏକୱାଡ ରାଜାଂକ ନିକଟରେ ମିଲିଟାରୀ ସଚିବ ପଦବୀରେ
ନିଯୁକ୍ତି ପାଇଥିଲେ । ସେଠାରେ ଥିବା ୪ର୍ଥ ଶ୍ରେଣୀ କର୍ମଚାରୀମାନେ ଫାଇଲ ପତ୍ର ଆମ୍ବେଦକରଂକ ହାତକୁ ନବଢାଇ ଛୁଆଁ ଅଛୁଆଁ ଭେଦଭାବ କରି ଉପରକୁ ଫୋଡିଥିଲେ।ଏହି ଘଟଣା ହୃଦୟକୁ ବହୁତ କଷ୍ଟ ଦେଇଥିଲା। ତାଂକ ସ୍ବାଭିମାନଂକୁ ଆଞ୍ଚ ଆସିବା ଫଳରେ ସେ ଚାକିରୀକୁ ତ୍ଯାଗ କରି ସ୍ବାଧୀନ ଭାବରେ ଜୀବୀକା ନର୍ବାହ ଲାଗି ଇଛା ପ୍ରକାଶ କରିଥିଲେ।ଘରୋଇ ଶିକ୍ଷା,ଏକାଉଣ୍ଟ ବ୍ଯବସାୟ ପରାମର୍ଶଦାତା ଆଦି କାର୍ଯ୍ଯ ଗ୍ରାହାକ ଅଭାବରୁ ବନ୍ଦ କରିଦେଇଥିଲେ। କାରଣ ଆମ୍ବେଦକର ଥିଲେ ଜଣେ ଅଛୁଆଁ ବ୍ଯକ୍ତି। ପରବର୍ତ୍ତୀ ସମୟରେ ୧୯୧୮ରେ ସେ ବମ୍ବେର ସିଡେନହାମ କଲେଜରେ ପ୍ରଫେସର ଭାବେ ନିଯୁକ୍ତି ପାଇଥିଲେ। ତାଂକ ପାଠ ପଢାରେ ଛାତ୍ର ମହଲରେ ଏକ ଆଲୋଡନ ଖେଳିଯାଥିଲା। ତାଙ୍କ ପାଠ ପଢାଇବା ଶୈଳୀରେ ସବୁ ଛାତ୍ର ମନ୍ତ୍ର ମୁଗ୍ଧ ହୋଇ ପଡ଼ିଥିଲେ ।ମାତ୍ର ସେଠାରେ ଥିବା ପ୍ରଫେସରମାନଙ୍କ ରୁଢିବାଦୀ ମାନସିକତା ଥିବାରୁ ଏବଂ ଗୋଟିଏ ଜଗରେ ପାଣି ପିଇବାକୁ ବାରଣ କରିବା ଫଳରେ ସେ ଅଧ୍ଯପକ ଚାକିରୀ ଛାଡି ଦେଇଥିଲେ। ୧୯୨୦ ମଲିହାରେ “ମୂକ ନାୟକ” ଏକ ପତ୍ରିକା ପ୍ରକାଶିତ କରି ହିନ୍ଦୁ ଧର୍ମରେ ଥିବା କୁସଂସ୍କାର ବିରୁଧରେ ରଚନାତ୍ମକ ଲେଖାମାନ ପ୍ରକଶ କରିଥିଲେ । ୧୯୨୪ ମାର୍ଚ୍ଚ ୯ ତାରଖରେ “ବହିଷ୍କୃତ ହିତକାରେଣୀ” ଏକ ସମତା ଭିତିକ ସାମାଜିକ ସଂଗଠନ ଗଠନ କରି ବର୍ଣ୍ଣ ବୈଷମ୍ୟ ପ୍ରଥା ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ ।
୧୯୨୭ ମସିହା ମାର୍ଚ୍ଚ ୨୦ ତାରିଖ ଅସ୍ପୃଶ୍ୟମାନଂକ ଅଧିକାର ପାଇଁ ମାହାଡ ଜଳ ସତ୍ଯାଗ୍ରହ କରି ଚୌଧୁରୀ ଜଳାଶୟରୁ ସମୂହିକ ଜଳ ଗ୍ରହଣ କରିଥିଲେ ।
୧୯୨୭ ମସିହା ଡ଼ିସେମ୍ବର ୨୫ ତାରିଖ ଦିନ ମହାରାଷ୍ଟ୍ରର କୋଙ୍କଣ ଗ୍ରାମ ରେ ଏକ ବିରାଟ ସଭାର ଆୟୋଜିନ କରା ଯାଇ ମହିଳା ଓ ଶୂଦ୍ର ମାନଙ୍କ ପ୍ରତି ଲେଖା ଯାଇଥିବା କରୁ ତଥା ଅମାନବୀୟ ନୀତି ପ୍ରଣିତ ପୁସ୍ତକ ମନୁ ସଂହିତା ଦହନ କରିଥିଲେ। ଏହାକୁ ମନୁ ସ୍ମୃତି ଦହନ ଦିବସ ଭାବେ ପାଳନ କରାଯାଉଛି।
୧୯୩୦ ମସିହା ମାର୍ଚ୍ଚ ୩ ତାରିଖ ଦିନ ୧୫ ହଜାର ଦଳିତମାନଂକୁ ଧରି ନାସିକାର କାଲାରାମ ମନ୍ଦିରରେ ପ୍ରବେଶ କରାଇ ଜାତି ପ୍ରଥା ବିଲୋପ ଲାଗି ସତ୍ଯାଗ୍ରହକୁ ତୀବ୍ରତ୍ତର କରିଥିଲେ । ଦୀର୍ଘ ଛ ବର୍ଷ କାଳ ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଚାଲିଥିଲା। ପରବର୍ତ୍ତୀ ସମୟରେ କାଲାରାମ ମନ୍ଦିରରେ ଦଳିତମାନଙ୍କୁ ପ୍ରବେଶ ଅଧିକାର ପ୍ରାପ୍ତ ହୋଇ ଥିଲା। ଏହା ଡାକ୍ଟର ବାବାସାହେ ଆମ୍ବେଦକରଙ୍କ ଦୀର୍ଘ ଦିନର ଆନ୍ଦୋଳନ ଥିଲା। ଏହି ଆନ୍ଦୋଳନରେ ଉଚ୍ଚ ବର୍ଣ୍ଣର ହିନ୍ଦୁମାନଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ନ ହେବାରୁ ସେ ହିନ୍ଦୁ ଧର୍ମ ତ୍ୟାଗ କରିବା ପାଇଁ ଘୋଷଣା କରିଥିଲେ। ସେ ସମୟରେ ଆମ୍ବେଦକରଂକୁ ଦଳିତ ନେତା ଭାବରେ ଜନ ପ୍ରିୟତା ସର୍ବତ୍ର ବୃଦ୍ଧି ପାଇଥିଲା।
୧୯୩୨ରେ ଦ୍ବିତୀୟ ଗୋଲ ଟେବୁଲ ବୈଠକ ବସିଲା।ଉକ୍ତ ବୈଠକରେ ଆମ୍ବେଦର ଯୋଗଦେଇ ଦଳିତ ସମାଜର ଉତ୍ଥନ ପାଇଁ ପୃଥକ ନିର୍ବାଚନ ମଣ୍ଡଳୀ ଦାବି କରିଥିଲେ।ଏହି ପ୍ରସ୍ତାବକୁ ଇଂରେଜମାନେ ସମ୍ମତି ଜଣାଇଥିଲେ।କିନ୍ତୁ ପୃଥକ ନିର୍ବାଚନ ମଣ୍ଡଳୀକୁ ମହାତ୍ମା ଗାନ୍ଧି ଘୋର ବିରୋଧ କରି ପୁନ୍ନାର ଏରୱାଡ ଜେଲ ଠାରେ ଆମରଣ ଅନଶନ ଆରମ୍ଭ କରିଥିଲେ।ଆମ୍ବେଦକରଂକୁ ମଦନ ମୋହନ ମାଲଭିଆ ଏବଂ ପାଲୱାଲକରବାଲୁ ବହୁ ବଡ ବଡ ନେତା ବୁଝାସୁଝା କଲା ପରେ ସେ ପୃଥକ ନିର୍ବାଚନ ମଣ୍ଡଳୀ ଦାବିରୁ ଓହରି ଯାଇଥିଲେ।
ଅସ୍ପୃଶ୍ୟମାନଂରୁ ବର୍ଣ୍ଣ ହିନ୍ଦୁମାନଂକୁ ସମ କକ୍ଷ କରିବା ପାଇଁ ମହାତ୍ମା ଗାନ୍ଧି ଏନଂ ଆମ୍ବେଦକରଂକ ସହ ଚୁକ୍ତି ହୋଇଥିଲା ।ଏହାକୁ ପୁନ୍ନା ଚୁକ୍ତି କୁହାଯାଏ। ଏହି ଚୁକ୍ତିନାମାରେ ମଦନମୋହନ ମାଲଭିଅ ଏବଂ ଆମ୍ବେଦକରଙ୍କ ମଧ୍ୟରେ ସ୍ବାକ୍ଷର ହୋଇଥିଲା।
୧୯୩୬ରେ ଆମ୍ବେଦକର ଇଣ୍ଡିପେଣ୍ଡେଣ୍ଟ ଲେବର ପାର୍ଟି ଗଠନ କଲେ।ବମ୍ବେ ବ୍ଯବସ୍ଥାପକ ସଭା ପାଇଁ ୧୩ ଜଣ ସଂରକ୍ଷଣ ପ୍ରାର୍ଥି ଏବଂ ୪ ଜଣ ସାଧାରଣ ପ୍ରାର୍ଥିଂକୁ ଟିକେଟ୍ ଦେଇ ନିର୍ବାଚନରେ ଦଣ୍ଡାୟମାନ କରାଇଥିଲେ।ସେଥିରୁ ୧୧ଜଣ ସଂରକ୍ଷଣ ପ୍ରାର୍ଥି ଏବଂ ୩ ଜଣ ସାଧାରଣ ପ୍ରାର୍ଥି ଜୟଯୁକ୍ତ ହୋଇଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ ସେଡୁଲକାଷ୍ଟ ଫେଡେରେସନ ପାର୍ଟି ଗଠନ କରି ନିର୍ବାଚନ ଲଢି ଶୋଚନୀୟ ପରାସ୍ତ ହୋଇଥିଲେ।
ଭାରତ ଇଂରେଜମାନଂକ ଶାସନରୁ ମୁକ୍ତ ହୋଇ ମହାତ୍ମା ଗାନ୍ଧିଂକ ନେତୃତ୍ବରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ପ୍ରାପ୍ତ ହେଲା।ଦେଶକୁ ଚଳାଇବାକୁ ଏକ ସଂବିଧାନର ଆବଶ୍ଯକ ପଡିଲା।୧୯୩୪ ମସିହା ପର୍ଯ୍ଯନ୍ତ ଭାରତର ଜନସାଧାରଣ ନିଜ ଦେଶ ପାଇଁ ଏକ ସଂବିଧାନ ପ୍ରସ୍ତୁତ କରିବା ସଂପର୍କରେ ସଚେତନ ନଥିଲେ।ଏହି ଚିନ୍ତାଧାରା ପ୍ରଥମେ ମାନବେନ୍ଦ୍ର ନାଥ ରାୟଂକ ମନକୁ ଆସିଥିଲା ।ସେ ବ୍ରିଟିଶ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏଥି ପାଇଁ ୧୯୪୬ ମସିହା ଜୁଲାଇ ମାସରେ ଶାସନ ବିଧାୟକ ସଭା ନିର୍ବାଚନ ଆୟୋଜିତ ହୋଇଥିଲା।ଫଳେ କଂଗ୍ରେସକୁ ୨୯୬ରୁ ୨୧୧ଟି ସଦସ୍ଯ, ମୁସଲିମ ଲିଗକୁ ୭୩ ସଦସ୍ଯ,ସ୍ବାଧୀନ ଓ ଅନ୍ଯାନ୍ଯ ଦଳକୁ ୧୨ ଜଣ ସଦସ୍ଯ ଏବଂ ରାଜ୍ଯମାନଂକରୁ ୯୩ଟି ସଦସ୍ଯ ନିର୍ବାଚିତ ହୋଇଥିଲେ।୧୯୪୬ ମସିହା ନଭେମ୍ବର ୯ ତାରିଖ ଦିନ ନିର୍ବାଚିତ ସଦସ୍ଯମାନଂକୁନେଇ ଶାସନ ବିଧାୟକ ସଭାର ପ୍ରଥମ ଅଧିବେଶନ ବସିଥିଲା।କିନ୍ତୁ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ଏବଂ ମୁସଲିମ ଲିଗର ପରାଜୟ ମହମ୍ମଦ ଅଲ୍ଲି ଜିନ୍ନାଂକୁ ବ୍ଯଥିତ କରିଥିଲା।ତେଣୁ ସେ ଉକ୍ତ ଅଧିବେଶନକୁ ବର୍ଜନ କରି ଏକ ସ୍ବତନ୍ତ୍ର ମୁସଲିମ ଲିଗ ଶାସନ ବିଧାୟକ ସଭା ଗଠନ କରିବା ପାଇଁ ଦାବୀ କରିଥିଲେ।ଲର୍ଡ ମାଉଣ୍ଟ ବ୍ଯାଟନଂକ ପରାମର୍ଶ କ୍ରମେ ଭାରତ ବିଭାଜନ ହେଲା।ନୂତନ ରାଷ୍ଟ୍ର ଭାବେ ପାକିସ୍ଥାନ ଜନ୍ମ ନେଲା। ପାକିସ୍ଥାନ ତାଂକ ପାଇଁ ଅଲଗା ସଂବିଧାନ ଚିଠା ପ୍ରସ୍ତୁତ କଲେ। ଭାରତ ନିଜର ସଂବିଧାନ ପ୍ରସ୍ତୁତ କଲା।ଶାସନ ବିଧାୟକର ମୁଖ୍ଯ କାର୍ଯ୍ଯଥିଲା ଭାରତ ପାଇଁ ଏକ ସଂବିଧାନ ପ୍ରସ୍ତୁତ କରିବା ।ଏଥି ପାଇଁ ବିଭିନ୍ନ କମିଟି ଗଠନ କରାଗଲା । ତନ୍ମଧ୍ଯରୁ ଚିଠା କମିଟି ଅନ୍ଯତମ ।ଚିଠା ପ୍ରସ୍ତୁତ କମିଟି ୧୯୪୭ ମସିହା ଅଗଷ୍ଟ ୨୯ ତାରଖରେ ଗଠିତ ହୋଇଥିଲା । ଏହି ଚିଠା କମିଟିରେ ୭ ଜଣ ସଦସ୍ଯମାନଂକୁ ନେଇ ଗଠିତ ହେଲା । ଏହାର ଅଧ୍ଯକ୍ଷ ଥିଲେ ଡ. ଭୀମ ରାଓ ଆମ୍ବେଦକର ଏବଂ ଅନ୍ଯାନ୍ଯ ସଦସ୍ଯ ଭାବରେ ଏନ୍ ଗୋପଳ ସ୍ବାମୀ ଆୟେଂଗାର,ଆଲ୍ଲାଦୀ କ୍ରିଷ୍ଣା ସ୍ବାମୀ ଆୟାର,କେ.ଏମ ମୁନ୍ସୀ ସୟେଦ ମହମ୍ମଦ ସଦ୍ଯାଲ୍ଲା,ଏନ.ମାଧବ ରାଓ, ଡି.ପି.ଖୈତାନ । କିନ୍ତୁ ଡି.ପି.ଖୈତାନଂକ ସ୍ବର୍ଗବାସ ଯୋଗୁଁ ଟି.ଟି କ୍ରିଷ୍ଣାମାଚାରୀଂକୁ ସଦସ୍ଯ ଭାବରେ ଗ୍ରହଣ କରାଗଲା । ଅନ୍ୟ ସଦସ୍ୟମାନେ ବିଭିନ୍ନ କାରଣରୁ ଡାକ୍ତର ଆମ୍ବେଦକରଙ୍କୁ ସହଯୋଗ କରିନଥିଲେ। ଫଳରେ ସମସ୍ତ ଚିଠା ଦାୟିତ୍ୱ ପ୍ରସ୍ତୁତ କରିବାକୁ ଡକ୍ଟର ଆମ୍ବେଦକରଙ୍କ ଉପରେ ନ୍ୟସ୍ତ ଥିଲା।
ଭାରତୀୟ ସଂବିଧାନ କାର୍ଯ୍ଯ ୧୯୪୬ ମସିହା ଡିସେମ୍ବର ୯ ତାରିଖ ଠାରୁ ଆରମ୍ଭ ହେଲା । ଡଃ ଆମ୍ବଦକରଂକ କଠୋର ପରିଶ୍ରମ ବଳରେ ଦୀର୍ଘ ୨ ବର୍ଷ ୧୧ ମାସ ୧୮ ଦିନରେ ସଂବିଧାନ ପ୍ରୟନ ଶେଷ ହୋଇଥିଲା । ଅର୍ଥାତ ୧୯୪୯ ମସିହା ନଭେମ୍ବର ୨୬ ତାରଖରେ ଭାରତୀୟ ସଂବିଧାନ ଅଂଗିକାର ବଦ୍ଧ ହେଲା । ସମୁଦାୟ ୧୧ ଗୋଟି ଅଧିବେଶନରେ ୧୬୫ ଦିନ ସଂବିଧାନ ପ୍ରସ୍ତୁତି ବୈଠକ ଚାଲିଥିଲା ଏବଂ ସଂବିଧାନ ଚିଠା ଉପରେ ୧୧୪ ଦିନ ବ୍ଯାପି ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ସମୁଦାୟ ୭,୬୩୫ ଆଗତ ସଂଶୋଧନୀ ପ୍ରସ୍ତାବ ମଧ୍ଯରୁ ୨,୪୩୭ଟି ବିଷୟ ଉପରେ ଆଲୋଚନା କରାଯାଇ ଆବଶ୍ଯକ ସଂଶୋଧନ ଗ୍ରହଣ କରାଯାଇଥିଲା । ଶେଷରେ
୩୯୫ଟି ଧାରା ଏବଂ ୮ଟି ଉପଧାରା ପ୍ରଣୟନ କରା ଯାଇଥିଲା ବେଳେ ୨୨ ଭାଗରେ ବିଭକ୍ତ କରାଯାଇଥିଲା । ଏଥିରେ ସମୂଦାୟ ୧୪୫ ହଜାର ଶବ୍ଦ ବ୍ବବହାର କରାଯାଇଛି । ୧୯୫୦ ମସିହା ଜାନୁୟାରୀ ୨୬ ତାରଖ ଦିନ ଭାରତର ରାଷ୍ଟ୍ରପତି ଡ.ରାଜେନ୍ଦ୍ର ପ୍ରସାଦଂକ ସ୍ବୀକୃତି ଲାଭ କରି କାର୍ଯ୍ଯକ୍ଷମ ହେଲା । ଏହି ସଂବିଧାନଂକୁ ୨୮୪ ଜଣ ସଦସ୍ଯ ଦସ୍ତଖତ କରିଥିଲେ । ପ୍ରଥମେ ଏହ ସଂବିଧାନ ଦସ୍ତାବିଜରେ ପଣ୍ଡିତ ଜବାହାରଲାଲ ନେହୁର ଦସ୍ତଖତ କରଥିବା ବେଳେ ଶେଷରେଡ.ରାଜେନ୍ଦ୍ର ପ୍ରସାଦ ଦସ୍ତଖତ କରଥିଲେ ।ଡ. ଆମ୍ବେଦକର ୬୦ଟି ଦେଶର ସଂବିଧାନ ଗଭୀର ଭାବରେ ଅଧ୍ଯୟନ କରିଥିଲେ । ଭାରତ ଏକ ବହୁଜାତି,ବହୁଭଷା,ବହୁ ଧର୍ମ ତଥା ଲଂଗୀୟ ବିଭେଦ ମଧ୍ଯରେ ସମସ୍ତଂକ କଲ୍ଯାଣ ଉଦ୍ଦେଶ୍ଯରେ ଏକ ଜନ ମଂଗଳ ରାଷ୍ଟ୍ର ପାଇଁ ସୁନ୍ଦର ଏକ ସମ୍ବିଧାନ ନିର୍ମାଣ କଲେ । ଡ. ବାବା ସାହେବ ସଂବିଧାନର ନିର୍ମାତା ଭାବରେ ସୁପରିଚିତ । ଭାରତୀୟ ସଂବିଧାନର ସେ ଜନକ । ଜାତି,ଧର୍ମ,ବର୍ଣ୍ଣ ,ଲିଂଗ ନିର୍ବିଶେଷରେ ଆମେ ସମସ୍ତ ସମାନ । ବିଶ୍ବର ସର୍ବ ଶ୍ରେଷ୍ଠ ବିଦ୍ବାନ ଭାରେ ସର୍ବତ୍ର ସୁପରିଚିତ । ତାଂକର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ପୃଥିବୀର ସର୍ବବୃହତ୍ତ ଲିଖିତ ଭାରତୀୟ ସଂବିଧାନ ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ପ୍ରାପ୍ତ ହୋଇଥିଲା । ଏବଂ ୧୯୫୦ ମସିହା ଜାନୁଆରୀ ୨୬ ତାରିଖକୁ ଲାଗୁ କରାଯାଇଥିଲା ।
ଭାରତୀୟ ସଂବିଧାନର ମୌଳିକ ବୈଶିଷ୍ଚ୍ଯ ହେଲା ଭାରତ ଏକ ସାର୍ବଭୌମ,ସମାଜବାଦ,ଧର୍ମ ନିରପେକ୍ଷ,ଗଣତାନ୍ତ୍ରିକ ଓ ସାଧାରଣତନ୍ତ୍ର ରାଷ୍ଟ୍ର । ସାମାଜିକ,ରାଜନୈତିକ,ଅର୍ଥନୈତିକ କ୍ଷେତ୍ରରେ ନ୍ଯାୟ ପ୍ରଦାନ ଲାଗି ଯୁକ୍ତି ଉପସ୍ଥାପିତ କରାଯାଇଛି । ଭାରତକୁ ଏକ ଜନ ମଂଗଳ ରାଷ୍ଟ୍ରରେ ପରିଣତ କରି ସମସ୍ତ ନାଗରିକଂକୁ ସ୍ବାଧୀନତା,ସମାନତା,ନ୍ଯାୟ, ଓ ଭାତ୍ରୁତ୍ବ ବନ୍ଧନରେ ବାନ୍ଧି ଜାତୀୟ ସଂହତି ସ୍ଥାପନ କରିବା ଏହାର ଆଭିମୁଖ୍ଯ । ତେଣୁ ଭାରତୀୟ ସମ୍ବିଧାନର ଜନକ ଭାବେ ଡକ୍ଟର ଆମ୍ବେଦକରଙ୍କୁ କୁହାଯାଏ ।
ଆମ୍ବେଦକର ୧୯୫୧ ମସିହାରେ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଥିଲେ । ସେ ମହିଳାମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ବିଲ୍ କୁ ପ୍ରସ୍ତୁତ କରିଥିଲେ।ସଂସଦରେ ହିନ୍ଦୁ କୋଡ ବିଲ୍ ପାରିତ ନହେବାରୁ ଏବଂ କଂଗ୍ରେସରେ ଥିବା ରୁଢିବାଦୀ ମାନସିକତା ବ୍ୟକ୍ତି ବିଶେଷ, ହିନ୍ଦୁମହାସଭାର ପ୍ରବଳ ବିରୋଧ ଯୋଗୁଁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏପରି କି ଏହି ବିଲ ପାରିତ ନକରିବା ପାଇଁ ଡକ୍ଟର ରାଜେନ୍ଦ୍ର ପ୍ରସାଦ ବାରଣ କରିଥିଲେ।
ସଂସଦ ଭିତରେ ଓ ବାହାରେ ଆମ୍ବେଦକରଙ୍କୁ ଘୋର ବିରୋଧ
କରିବା ସହ ତାଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ। ଏହି ବିଲକୁ ବିରୋଧ କରି ବ୍ରାହ୍ମଣ ସମାଜର ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।ପରେ ଆମ୍ବେଦକର ବିଭିନ୍ନ ସଭାସମିତି କରି ମହିଳାମାନଙ୍କୁ ବୁଝାଇବା ପରେ ପଛୁଆ ବର୍ଗର ମହିଳାମାନେ ଏହି ବିଲ ପାରିତ କରିବା ପାଇଁ ଦାବୀ
ଜଣାଇଥିଲେ। ଫଳରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ
ଜବାହରଲାଲ ନେହେରୁ ୪ ଟି ପର୍ଯ୍ୟାୟରେ ଏହି ହିନ୍ଦୁ କୋଡ଼ ବିଲକୁ ଲାଗୁ କରିଥିଲେ। ଆଜି ଯଦି ସମାଜରେ ମହିଳାଙ୍କର
ଶିକ୍ଷା, ସାମାଜିକ, ରାଜନୈତିକ,ଆର୍ଥିକ ବିକାଶ ଘଟିଛି,ସେ ସବୁର ଶ୍ରେୟ ଡକ୍ଟର ବାବାସାହେବ ଆମ୍ବେଦକରଙ୍କୁ ହିଁ ଯିବ ।
୧୯୫୨ ସେ ସ୍ବାଧୀନ ଭାବରେ ଲୋକ ସଭା ଆସନରେ ଲଢି ପରାସ୍ତ ହୋଇ ଥିଲେ । ମାତ୍ର ସେହି ବର୍ଷ ରାଜ୍ଯ ସଭାକୁ ମନୋନିତ ହୋଇ ମୃତ୍ୟୁ ପର୍ଯ୍ଯନ୍ତ ସଦସ୍ଯ ରହଥିଲେ । ପରବର୍ତ୍ତୀ ସମୟରେ ବାବାସାହେବଙ୍କ ଦ୍ବାରା ପ୍ରଣୀତ ହିନ୍ଦୁ କୋଡ ବିଲ୍ ପର୍ଯ୍ୟାୟ କ୍ରମେ ଲାଗୁ କରାଯାଇଥିଲା ଫଳରେ ଆଜି ଯେଉଁ ପୁରୁଷ ସହିତ ନାରୀମାନେ ସବୁ କ୍ଷେତ୍ରରେ ସମାନ ଅଧିକାର ପାଉଛନ୍ତି,ତାହା ବାବାସାହେବ ଆମ୍ବେଦକରଙ୍କ ସଂଘର୍ଷ ଓ କ୍ରାନ୍ତିକାରୀ ଉଲ୍ଲେଖନୀୟ ଅବଦାନ।
ଶ୍ରମିକମାନଙ୍କ ୮ ଘଣ୍ଟା ଶ୍ରମଦାନ ସହ ଅନ୍ୟାନ୍ୟ ସୁବିଧା ପାଇବା
ଆଦି ସଫଳତାରେ ବାବାସାହେବଙ୍କ ଅବଦାନ ଅତୁଳନୀୟ।
ଆଜି ଯେଉଁ କର୍ମ ନିଯୁକ୍ତି ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ପରି କଳ୍ପନା ସମ୍ଭବ ହୋଇ ପାରିଛି,ତାହାର ସମସ୍ତ ଶ୍ରେୟ ଓ ଧେୟ ପଛରେ ବାବାସାହେବଙ୍କ ଆକ୍ଳାନ୍ତ ଉଦ୍ୟମ ହିଁ ଅର୍ଥନୈତିକ ଓ ପ୍ରଗତିଶୀଳ ରାଷ୍ଟ୍ର ନିର୍ମାଣରେ ବାବାସାହେବ ଆମ୍ବେଦକରଙ୍କ ଭୂମିକା ଅବିସ୍ମରଣୀୟ ଅଟେ।
୧୯୧୨ରେ ପ୍ରଥମ ପତ୍ନୀ ରମାବାଈଂକର ଦେହାନ୍ତ ହୋଇଥିଲା । ୧୯୪୮ ମସିହାରେ ସାରସ୍ବତ ବ୍ରାହ୍ମଣ କନ୍ଯା ଡାକ୍ତର ସାରଦା କବିରଂକୁ ବିବାହ କରିଥିଲେ । ତାଂକ ନାମଂକୁ ପରିବର୍ତ୍ତନ କରାଯାଇ ସବିତା ଆମ୍ବେଦକର ରଖାଯାଇଥିଲା । ବାବା ସାହେବ ଆମ୍ବେଦକରଂକୁ ଯେତେବେଳେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ବମ୍ବେ ହସପିଟାଲରେ ଚିକିତ୍ସିତ ହେଉଥିଲେ,ସେତେବେଳେ ସାରଦା କବିର
ତାଂକୁ ଚିକିତ୍ସିତ କରୁଥିଲେ ।ସଶେଷରେ ସାରଦା କବିର ବାବାସାହେବଂକ ଧର୍ମ ପତ୍ନୀ ସାଜି ଆଜୀବନ ଚିକିତ୍ସା କରିଥିଲେ । ସେହି ସମୟରେ ବାବା ସାହେବ ଦେଶ ପାଇଁ ସଂବିଧାନ ପ୍ରଣୟନ କରୁଥିଲେ,ଏଣେ ଜଟିଳ ରୋଗରେ ପଡି ବାବା ସାହେବ ଯନ୍ତ୍ରଣା ଭୋଗୁଥିଲେ । ଅନ୍ଯ ପକ୍ଷରେ ବାବା ସାହେବ ସ୍ବାସ୍ଥ୍ଯ କଥା ଡାକ୍ତର ସାରଦା କବିର ବା ସବିତା ଆମ୍ବେଦକର ଯତ୍ନ ନେଉଥିଲେ । ବାବା ସାହେବଂକ ଯତ୍ନ ଯଦି ସବିତା ଆମ୍ବେଦକର ନେଇ ନଥାନ୍ତେ,ତେବେ
ବାବାସାହେବ ହୁଏତ ସଂବିଧାନ ପ୍ରଣୟନ କରିବାରେ କେତେ ଦୂର ସକ୍ଷମ ହୋଇଥାନ୍ତେ,ଭାବିବା କଷ୍ଟ ସାଧ୍ଯ । ତେଣୁ ସବିତା ଆମ୍ବେଦକରଂକୁ ଶ୍ରଦ୍ଧାରେ ମାଈ ବା ମାଆ ବୋଲି ସଂବୋଧନ କରାଯାଉଥିଲା ।
ହିନ୍ଦୁ ଧର୍ମରେ ଥିବା ବର୍ଣ୍ଣ ବୈଷମ୍ଯ ନୀତି ପ୍ରତି ମୁହୂର୍ତ୍ତ ବାବାସାହେବଂକ ମନକୁ ଗଭୀର ଆତ୍ମଗ୍ଲାନି ବିଷର୍ଣ୍ଣ କରୁଥିଲା । ବୟସର ଅପରାହ୍ନରେ ସେ ହିନ୍ଦୁ ଧର୍ମ ତ୍ଯାଗ କରି ବୁଦ୍ଧ ଧର୍ମକୁ ଆପଣାଇବା ପାଇଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ। ୧୯୫୬ ମସିହା ଅକ୍ଟୋବର ୧୪ ତାରିଖ ଦିନ ଦୀକ୍ଷା ଭୂମି ନାଗପୁର ଠାରେ ୫ ଲକ୍ଷ ଅନୁଗାମୀଂକ ସହ ବାବାସାହେବ ଏବଂ ପତ୍ନୀ ସବିତା ଆମ୍ବେଦକରଂକ ସହ ବୁଦ୍ଧ ଧର୍ମ ଗ୍ରହଣ କରିଥିଲେ।
୧୯୫୬ ଡିସେମ୍ବର ୬ ତାରିଖରି ଦୀର୍ଘ ଦିନ ମଧୁମେହ ରୋଗରେ ପିଡୀତ ହୋଇ ଶେଷ ନିଶ୍ବାସ ତ୍ଯାଗ କଲେ । ୧୯୯୦ ମସିହାରେ ଭାରତ ସରକାର ତାଂକର ଉଲ୍ଲେଖନୀୟ ସମାଜ ସଂସ୍କାର କାର୍ଯ୍ଯ ପାଇଁ ମରଣୋତ୍ତର ଭାବେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୨୦୦୩ରେ ସବିତା ଆମ୍ବେଦକର ଶେଷ ନିଶ୍ବାସ ତ୍ଯାଗ କରିଥିଲେ । ସେ ଜୀବିତାବସ୍ଥା ଦଳିତ ସମାଜର କାର୍ଯ୍ଯରେ ନିଜକ ନିୟୋଜିତ କରିଥିଲେ ।
(ଆଲେଖ୍ୟ:କେଶବ ଚନ୍ଦ୍ର ନାୟକ, ଏମ୍ ଏ, ସମାଜ ବିଜ୍ଞାନ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ,ମାଲକାନଗିରି)
ମୋ.ନଂ:୯୪୩୭୭୭୯୪୪୭
email: nayak.keshab1964@gmail.com