ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ।

ପୋଲସରା,୨୬/୦୧(ପିପିଟି):ଭାରତୀୟ ଜୀବନ ବୀମା ନିଗମର ସ୍ଥାନୀୟ କାର୍ଯ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଅବସରରେ ଶାଖା ପ୍ରବନ୍ଧକ ଅଭିରାମ ସେଠୀ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସର ଗୁରୁତ୍ବ ଓ ମହତ୍ତ୍ଵ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଭିକର୍ତ୍ତା ସଂଘର ସହ ସମ୍ପାଦକ ସଚିଦାନନ୍ଦ ବିଷୋୟୀ ଓ ଅର୍ଜୁନ ମିଶ୍ର ମଧ୍ୟ ସାଧାରଣତନ୍ତ୍ର ଦିବସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଅଭିକର୍ତ୍ତା ଅରୁଣ ପ୍ରସାଦ ପାତ୍ର , ଭାସ୍କର ପ୍ରଧାନ , ଲକ୍ଷ୍ମୀ ନାରାୟଣ ପାତ୍ର,ମାନସ ପାତ୍ର,ପ୍ରକାଶ ଚନ୍ଦ୍ର ସାହୁ, ଗଣପତି ସାହୁ,ଘନଶ୍ୟାମ ପ୍ରଧାନ,ଗୋଲକ ବିହାରୀ ସେନାପତି, ପିନାକିନି ପ୍ରଧାନ,ସଞ୍ଜୟ ପାତ୍ର , ଭାନୁ ପୃଷ୍ଟି , ସନ୍ତୋଷ ପାଢ଼ୀ , ଅଶ୍ବିନୀ କୁମାର ସାହୁ,ପ୍ରଶାନ୍ତ ପ୍ରଧାନ , ରବିନ୍ଦ୍ର ଡାକୁଆ ଓ ଦେବେନ୍ଦ୍ର ପଟ୍ଟନାୟକ ପ୍ରମୁଖ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଚଳିତ ମାସରେ ଭଲ ନୂତନ ବୀମା କରିଥିବା ଅଭିକର୍ତ୍ତା ମାନଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment