ପୋଲସରା,୨୦/୦୫(ପିପିଟି); ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ “ସେବା ହିଁ ସଂଗଠନ” କାର୍ଯ୍ୟକ୍ରମ ଆଧାରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ପୋଲସରଠାରେ ତାପମାତ୍ରା ପରୀକ୍ଷଣ ଏବଂ କୋରନା ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଘୁମୁସର ସାଙ୍ଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରମୋଦ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ପୋଲସରାର ୧୭ ଏବଂ ୧୮ ନମ୍ବର ୱାର୍ଡର ବିଭିନ୍ନ ସ୍ଥାନରେ ସହିବାସିନ୍ଦାଙ୍କ ଶରୀରର ତାପମାତ୍ରା ପରୀକ୍ଷା କରିବା ସହିତ କୋରନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ । କୋରନା ସ୍ଥିତି ବର୍ତ୍ତମାନ ଶୀର୍ଷରେ ଥିବାରୁ ମାସ୍କ, ସାନିଟାଇଜର ଏବଂ ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ମାନିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସମ୍ପାଦକ ସିମାଞ୍ଚଳ ସାହୁ, ଯୁବ ନେତା ରିଙ୍କୁ ମହାପାତ୍ର, କୃଷ୍ଣ ସେଠିଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ । ଯୁବମୋର୍ଚ୍ଚା ତରଫରୁ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଏହିପରି ସଚେତନତା କାର୍ଯକ୍ରମ ଚାଲୁରହିଥିବା ନିଜ ପ୍ରତିକ୍ରୟାରେ ପ୍ରକାଶ କରିଛନ୍ତି ଜିଲ୍ଲା ସଭାପତି ପ୍ରମୋଦ କୁମାର ପଣ୍ଡା ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)