ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ।

ବୋଲଗଡ଼,୦୧/୧୧(ପିପିଟି);ବେଗୁନିଆ ବ୍ଲକ୍ ଅନ୍ତର୍ଗତ କଣ୍ଟାବାଡ ଗ୍ରାମପଞ୍ଚାୟତର କେନ୍ଦୁପଲ୍ଲୀ ଗ୍ରାମରେ ଭାରତୀୟ ଜନତା ପାଟି ଯୁବ ମୋର୍ଚ୍ଚା ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। କୋରନା ମହାମାରୀ ସାରାବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ସମୟରେ ରକ୍ତର ଅଭାବକୁ ଆଖି ଆଗରେ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।ଏହି ଅନୁଷ୍ଠାନରେ ବିଜେପି ସାଧାରଣ ସଂପାଦକ ପ୍ରକାଶ ରଣ ବିଜୁଳି, ବିଜେପି ଯୁବ ମୋର୍ଚ୍ଚା ସଭପତି ଜିତୁ ସାହୁ, ସମିତି ସଭ୍ୟ ସୁବାସ ଚନ୍ଦ୍ର ମହାନ୍ତି, ପୂର୍ବତନ ସମିତି ସଭ୍ୟ ଶିଶିର କୁମାର ଆଚାର୍ଯ୍ୟ, ଲଳିତ କୁମାର ସାହୁ, ସନ୍ତୋଷ କୁମାର ନାୟକ, ସୁଶାନ୍ତ କୁମାର ବେହେରା, ଆଶିଷ କୁମାର ବେହେରାଙ୍କ ଦ୍ଵାରା ପରିଚାଳିତ ହୋଇଥିଲା ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment