ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପୋଲସରା ଶାଖା ସମ୍ମିଳନୀ ଅନୁଷ୍ଠିତ।

ପୋଲସରା, ୦୯/୦୨(ପିପିଟି) :ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପୋଲସରା ଶାଖା ସମ୍ମିଳନୀ ଆଜି ପାଟିଗଡ ରୋଡ଼ ସ୍ଥିତ ଯୋଗାସନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ଆରମ୍ଭ ରେ ପାର୍ଟି ର ବରିଷ୍ଠ ସଭ୍ୟ ଖଲି ବେହେରା ଲାଲ ପତାକା ଉତ୍ତୋଳନ କରିବା ପରେ ଆଇନଜୀବୀ ଗୌରହରି ବିଷୋୟୀ ଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ଆରମ୍ଭ ହୋଇଥଲା। ଏଥିରେ ପାର୍ଟିର ଗଞ୍ଜାମ ଜିଲ୍ଲା ସହ ସମ୍ପାଦକ ପ୍ରଦୀପ ସେଠୀ ଯୋଗ ଦେଇ ଚଳିତ ବର୍ଷ ପାର୍ଟି ପ୍ରତିଷ୍ଠା ର ଶତବାର୍ଷିକୀ ପାଳନ କରୁଥିବା ରୁ ପୋଲସରା ଅଞ୍ଚଳରେ ଦଳ କୁ ଅଧିକ ସଂଗଠିତ କରି ଜନ ସମସ୍ୟା କୁ ବ୍ୟାପକ ଆନ୍ଦୋଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ପୋଲସରା ଆଞ୍ଚଳିକ କମିଟି ସମ୍ପାଦକ ତଥା ଶ୍ରମିକ ନେତା ଦଣ୍ଡପାଣି ସାମଲ ପାର୍ଟି ର ତ୍ୟାଗ ଓ ବଳିଦାନ ଏବଂ ସ୍ବାଧୀନତା ଆନ୍ଦୋଳନରେ କମ୍ୟୁନିଷ୍ଟ ମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିବା ସହିତ ଏଥିପାଇଁ କମ୍ୟୁନିଷ୍ଟ ମାନେ ଗର୍ବ ଅନୁଭବ କରିବା ଆବଶ୍ୟକ ବୋଲି କହିଥିଲେ। ବିକେଏମୟୁ ନେତା ହରିହର ପାତ୍ର ସମ୍ମିଳନୀ କୁ ପରିଚାଳନା କରିଥିଲେ। ଶେଷରେ ଚଳିତ ବର୍ଷ ପାଇଁ ବିଜୟ ସାମନ୍ତରା ଓ ରବି ନାରାୟଣ ମିଶ୍ରଙ୍କୁ ଯଥାକ୍ରମେ ସମ୍ପାଦକ ଓ ସହ ସମ୍ପାଦକ ଭାବେ ସର୍ବ ସମ୍ମତ କ୍ରମେ ନିର୍ବାଚିତ କରା ଯାଇଥିଲା।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment