ପୋଲସରା ୧୪/୧୧(ପିପିଟି): ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପୋଲସରା ଆଞ୍ଚଳିକ କମିଟି ର ବୈଠକ ଆଜି ପାଟିଗଡ ରୋଡ଼ ରେ ଥିବା ଯୋଗାସନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା। ବୈଠକ ପ୍ରାରମ୍ଭରେ ଆଞ୍ଚଳିକ ସମ୍ପାଦକ ଦଣ୍ଡପାଣି ସାମଲ ବିଗତ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିବାବେଳେ ପାର୍ଟି ର ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଏବଂ ସହ ସମ୍ପାଦକ ପ୍ରଦୀପ ସେଠୀ ଯୋଗ ଦେଇ ଜିଲ୍ଲା ଓ ରାଜ୍ୟ କମିଟି ପକ୍ଷରୁ ନିଆ ଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୁଚନା ଦେଇଥିଲେ। ଡିସେମ୍ବର ମାସ ଶେଷସୁଦ୍ଧା ପୋଲସରା ଅଞ୍ଚଳରେ ଥିବା ପାର୍ଟି ର ସମସ୍ତ ଶାଖା ସମ୍ମିଳନୀ ଶେଷ କରିବା ସହିତ ସଭ୍ୟପଦ ନବୀକରଣ ମଧ୍ୟ ସାରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହା ବ୍ୟତୀତ ୨୦୨୪ ରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ରେ ଆସିକା ଲୋକସଭା ନିର୍ବାଚନମଣ୍ଡଳୀ ରେ ଦଳ ପକ୍ଷରୁ ପ୍ରତିଦ୍ବନ୍ଦିତା କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ନିର୍ମାଣ ଶ୍ରମିକ ନେତା ବିଜୟ ସାମନ୍ତରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକ ରେ ହରି ହର ପାତ୍ର , ଗୌରହରି ବିଷୋୟୀ , ଦୁର୍ଯୋଧନ ରାଉତ , ଜ୍ୟୋତ୍ସ୍ନା ମହାରଣା , ସୀମା ପାତ୍ର , ନଗରବାସୀ ପ୍ରଧାନ ଓ ଅନିତା ମହାପାତ୍ର ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡା