ବ୍ରହ୍ମପୁର, ୨୭/୧୨(ପିପିଟି); ଭାରତୀୟ କମ୍ୟୁନିଷ୍ଠି ପାର୍ଟିର ବ୍ରହ୍ମପୁର ଶାଖା ସମ୍ମିଳନୀ ପାର୍କ ସାହି ସ୍ଥିତ ଜିଲ୍ଲା ପାର୍ଟି ଅଫିସରେ ଅନୁଷ୍ଠିତ ହୋଇଯାଇଛି । ପାର୍ଟିର ଲାଲ ପତାକାକୁ ବରିଷ୍ଟ କମ୍ୟୁନିଷ୍ଟ ନେତା ମହମ୍ମଦ ଉସମାନ ଉତ୍ତଳନ କରିଥିଲେ । କାମ ଦେବ ନାହାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀ ପାର୍ଟିର ରାଜା ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରଶାନ୍ତ ପାଟ୍ଟଯୋଶୀ ଉଦ୍ଘାଟନ କରି ସାମ୍ପ୍ରତିକ ଦେଶ ତଥା ରାଜନୈତିକ ଅବସ୍ଥା କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ନବୀନ ସରକାରଙ୍କ ଜନ ବିରୋଧୀ ନୀତି ବିରୋଦ୍ଧରେ ସଂଗ୍ରାମକୁ ଜୋରଦାର କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର , କୃଷକ ସଭାର ଜିଲ୍ଲା ସମ୍ପାଦକ ରାଜିବ ଲୋଚନ ପଣ୍ଡା , ଅଖିଳ ଭାରତ ଯୁବ ସଂଘର ରାଜ୍ୟ ସଭାପତି ପ୍ରଦୀପ ସେଠି , ବ୍ରହ୍ମପୁର ସିପିଆଇ ଆଞ୍ଚଳିକ କମିଟି ସମ୍ପାଦକ ସୁଧାଂଶୁ ଶେଖର ପଣ୍ଡା , ବିଘ୍ନେଶ୍ଵର ସାହୁ , ଏ.ସୁଧୀର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବ୍ରହ୍ମପୁର ମହାନଗର ର ବହୁ ବିଧି ସମସ୍ୟା ଉପରେ ଆନ୍ଦୋଳନ କରିବାପାଇଁ ନିଷ୍ପତ୍ତି ହୋଇଥିଲା । ପାର୍ଟିର ଅଭିବୃଦ୍ଧି ସହ ଶ୍ରମିକ , ଯୁବ ଛାତ୍ର , ମହିଳା ସଙ୍ଗଠନକୁ ଗଢି ତୋଳିବାପାଇଁ କାର୍ଯ୍ୟ କ୍ରମ ଗ୍ରହଣ କରାଯାଇଛି । ଆସନ୍ତା ବର୍ଷ ପାଇଁ କ୍ରମ କର୍ତା ନିର୍ବାଚନ ହୋଇ ମହମ୍ମଦ ଉସମାନ ସମ୍ପାଦକ , କାମ ଦେବ ନାହାକ ସହ ସମ୍ପାଦକ ଓ କାର୍ଯ୍ୟକାରୀ କମିଟିକୁ ସୁଧାଂଶୁ ଶେଖର ପଣ୍ଡା , ବିଘ୍ନେଶ୍ଵର ସାହୁ , ଏ.ସୁଧୀର , ଗାଗାରୀନ ନାୟକ , ଭି.ଲାଛମାୟା ରେଡି , ମହେନ୍ଦ୍ର ପାତ୍ର , ପ୍ରଭାତୀ ଦେବୀ , ବିଷ୍ଣୁପ୍ରିୟା ନାୟକ , ରବୀନ୍ଦ୍ର ନାୟକ , କାଳି କିଙ୍କର ପାତ୍ର , ସୁପ୍ରଭା ମିଶ୍ର , ଜି.ଆର. ବିଜୟ ଲକ୍ଷ୍ମୀ ନିର୍ବାଚିତ ହୋଇଛନ୍ତି ।