ଭାବରଡ଼ା କ୍ଲଷ୍ଟର ସ୍ତରୀୟ ସୁରଭି- ୨୦୨୬ ମହୋତ୍ସବ।

ପୋଲସରା ,୦୯/୧୦(ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଭାବରଡ଼ା ପଞ୍ଚାୟତ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାବରଡ଼ା ପରିସରରେ କ୍ଲଷ୍ଟର ସ୍ତରୀୟ”ସୁରଭି-୨୦୨୬” ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମଟି ଭାବରଡ଼ା କ୍ଲଷ୍ଟର ସିଆରସିସି ଭାଗିରଥୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜିତା ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଶିକ୍ଷକ ତ୍ରିଲୋଚନ ପାତ୍ରଙ୍କ ବଳିଷ୍ଠ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ବିଷୋୟୀ ଯୋଗଦେଇ ଫିତାକାଟି ଶୁଭ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ମଧୁପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ନାୟକ ଏବଂ ସମ୍ମାନିତ ଅତିଥି ଭାବେ ମା” ସିଂହାସନି ଉଚ୍ଚ ବିଦ୍ୟାଳୟ ଜଗାପଲ୍ଲୀର ବରିଷ୍ଠ ଶିକ୍ଷକ ଶିଶିର କୁମାର ସାହୁ, ପ୍ରାକ୍ତନ ସିଆରସିସି କାହ୍ନୁ ଚରଣ ଜେନା, ବର୍ତ୍ତିନୀ କ୍ଲଷ୍ଟର ସିଆରସିସି ସୁନୀଲ କୁମାର ବେହେରା ଓ ଗୋଚ୍ଛାବାଡି କ୍ଲଷ୍ଟର ସିଆରସିସି ଗୌରୀଶଙ୍କର ହୋତା ପ୍ରମୁଖ ଯୋଗଦେଇଥିଲେ । ଅତିଥିବୃନ୍ଦ ନିଜନିଜର ସୁଚିନ୍ତିତ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁଚି ରହିଥିବା ଅନ୍ତଃର୍ନିହିତ ଦକ୍ଷତାକୁ ହାସଲ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିବା ସହିତ ଅ°ଶ ଗ୍ରହଣ କରିଥିବା
ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟ ଉଜ୍ଜ୍ୱଳ କାମନା କରିଥିଲେ । ଏଥିରେ କ୍ଲଷ୍ଟର ଅଧୀନସ୍ଥ ରହିଥିବା ୧୦ଟି ପ୍ରାଥମିକ, ୨ଟି ଉଚ୍ଚପ୍ରାଥମିକ ଓ ୨ଟି ଉଚ୍ଚ ବିଦ୍ୟାଳୟକୁ ମିଶାଇ ୧୪ ଗୋଟି ଶିକ୍ଷାନୁଷ୍ଠାନର ୧୫୮ ଜଣ ଛାତ୍ରଛାତ୍ରୀ ବିତର୍କ, ପ୍ରବନ୍ଧ ଲିଖନ, ବକୃତା, ସୃଜନଶୀଳ ଲିଖନ, ଚିତ୍ରାଙ୍କନ, ସଙ୍ଗୀତ, ସାଧାରଣ ଜ୍ଞାନ, ସୁନ୍ଦର ହସ୍ତାକ୍ଷର ଓ ଦଳଗତ ନୃତ୍ୟ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ୧ ରୁ ୩ ଶ୍ରେଣୀ ଓ ୪ର୍ଥ ରୁ ୭ମ ସବ ଜୁନିୟର, ଜୁନିୟର ଓ ସିନିୟର ୮ମ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ତିନି ବର୍ଗରେ ବିଭକ୍ତ କରାଯାଇ ପ୍ରତିଯୋଗିତା କରାଯାଇଥିଲା । ପରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମୋଟ ୯୬ ଜଣ ପ୍ରତିଯୋଗୀଙ୍କୁ ଦକ୍ଷତା ପ୍ରମାଣ ପତ୍ର ସହିତ ଟ୍ରଫି ଓ ପଦକ ଦିଆଯାଇଥିବା ବେଳେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ୩୨ ଜଣ କୃତିତ୍ୱ ପ୍ରତିଯୋଗୀମାନେ ଆସନ୍ତା ୧୪ ତାରିଖ ଶନିବାର ଦିନ ହେବାକୁ ଥିବା ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପୋଲସରା ଠାରେ ବ୍ଲକ ସ୍ତରୀୟ “ସୁରଭି” ପ୍ରତିଯୋଗିତାରେ ଯୋଗଦେବାପାଇଁ ୪୨ ଜଣ ବିଚାରକମଣ୍ଡଳୀଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି । ଶେଷରେ ଶିକ୍ଷୟିତ୍ରୀ ରୀନା କୁମାରୀ ଡାକୁଆ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିବା ସମସ୍ତ ବ୍ୟକ୍ତିବିଶେଷମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଆନ୍ତରିକ ଧନ୍ୟବାଦ ସହିତ କୃତଜ୍ଞତା ଜଣାଇଥିଲେ ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment