ଭାଙ୍ଗିଥିବା କେନାଲ ତୁରନ୍ତ ମରାମତି ଦାବି ।

ବୋଲଗଡ଼,୧୦/୦୮(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାଟବନ୍ଧ ଗ୍ରାମରେ ଥିବା ମା’ ବୁଢ଼ୀଦେଇ ଡ୍ୟାମରେ ପର୍ଯ୍ୟାପ୍ତ ପାଣି ଥାଇ ବି ଚାଷୀମାନେ ଜଳସେଚନରୁ ବଞ୍ଚିତ ହେଉଛନ୍ତି। ଡ୍ୟାମ୍ ଠାରୁ ପାଟବନ୍ଧ ମୌଜାରେ ଆସିଥିବା କାଳିଆଁସୁ ପର୍ଯ୍ୟନ୍ତ କେନାଲର ପାଣିଖିଆ ଠାରେ ପ୍ରାୟ ୫ ମିଟର ଗର୍ତ୍ତ ସୃଷ୍ଟି ହୋଇ ଭାଙ୍ଗିବା ଯୋଗୁଁ ପାଣି ଆସି ପାରୁନାହିଁ ଯାହାକି ସମସ୍ୟା ଦେଖାଦେଇଛି। ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ଅନୁସାରେ କେନାଲରେ ଆସୁଥିବା ସମସ୍ତ ପାଣି ଭାଙ୍ଗି ଯାଇଥିବା ଗର୍ତ୍ତ ଦେଇ ପାଖରେ ଥିବା ବନ୍ଧକୁ ଚାଲି ଯାଉଛି। ଫଳରେ କାଳିଆଁସୁ ଅଞ୍ଚଳର ପ୍ରାୟ ୨ହେକ୍ଟର ଜମିକୁ ପାଣି ମାଡୁନାହିଁ। କେନାଲ ପାଖରେ ଜମି ଥାଇ ମଧ୍ୟ ସେହି ୨ହେକ୍ଟର ରୁଆ ଜମି ଏବେ ଉଇ ଚରିବାକୁ ବସିଲାଣି। ଆଉ କିଛି ସ୍ଥାନରେ ଧାନ ତଳି ରୁଆ ପୋତା ହୋଇପାରିନାହିଁ। କାଳିଆଁସୁ ଅଞ୍ଚଳର ଜମି ଢିପ ହୋଇଥିବାରୁ ସେଠାରେ ପାଣିର ଆବଶ୍ୟକତା ସବୁଠୁ ଅଧିକ। ମାତ୍ର କେନାଲ ଭାଙ୍ଗିବା ଯୋଗୁଁ ଚାଷୀମାନେ ହାତରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପାଟବନ୍ଧ ଗ୍ରାମର ଚାଷୀ ମାନେ କହିଛନ୍ତି, “ଡ୍ୟାମରେ ପାଣି ପୁରା ଅଛି। କିନ୍ତୁ କେନାଲରେ ବିଭିନ୍ନ ସ୍ଥାନରେ ଭାଙ୍ଗିଥିବାରୁ ଓ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଆମ ଜମିକୁ ଗୋଟିଏ ବୁନ୍ଦା ପାଣି ଆସୁନି। ଯଦି ୨୪ ଘଣ୍ଟା ମଧ୍ୟରେ ମରାମତି ନ ହୁଏ ତେବେ ଆମେ ଡ୍ୟାମ ସମ୍ମୁଖରେ ଧାରଣା ଦେବୁ।
ଏ ନେଇ ଜଳସମ୍ପଦ ବିଭାଗର ବିଭାଗୀୟ ଅଧିକାରୀଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି ଚାଷୀ। ତୁରନ୍ତ ମରାମତି କରାନଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପାଟବନ୍ଧ ଚାଷୀ ମାନେ ଚେତାବନୀ ଦେଇଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment