ଭାଗ୍ୟ ହାତେ ବନ୍ଧା ।

ଅଦିନ ବର୍ଷା ରେ ଧୋଇ ହୋଇଗଲା
ଯାହା ଆବଶ୍ୟକ ଥିଲା ।
ଅନାବଶ୍ୟକ ସେ ଯାହା ରହିଗଲା
ଏକି ନିର୍ଣ୍ଣୟ ଭଲା ?
ଆଜି ଯେ ଆପଣା ପର ସିଏ କାଲି
ଏକଥା ତ ଚିରନ୍ତନ ।
ତଥାପି ଏକ ନୂତନ ସମ୍ପର୍କ
ପ୍ରତୀକ୍ଷଣେ ଆକଳନ ।
କୋଣ ଅନୁକୋଣ ସବୁଠି ପୁରଣ
ମିଛ ସମ୍ପର୍କର ଧାରା,
କର୍ମ ଏକା ସାହା କର୍ମ ବିନା ରାହା
ରହିବ କି ରବି ତାରା ?
ମୂଲ୍ୟବୋଧର ମୂଲ୍ୟ ଥିଲାବେଳେ
ବୋଧର ଦର୍ଶନ ନାହିଁ ।
ତେଣୁ ଏଠି ସବୁ ଭାଗ୍ୟ ହାତେ ବନ୍ଧା
ଅଧ୍ଯର୍ଯ୍ୟ ହୋଇବା କାହିଁ ???

ଦେବବ୍ରତ ପଟ୍ଟନାୟକ
ଶିକ୍ଷକ,ଶେରଗଡ

Comments (0)
Add Comment