ଭାଇ ଭଉଣୀର ସମ୍ପର୍କ ଏକ ନାମ ନୁହେଁ ଏକ ଦାୟିତ୍ବ : ପୁର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ।

ଯାଜପୁର,୦୯/୦୮(ପିପିଟି):ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ନଡ଼ିଆଭଙ୍ଗା ପଞ୍ଚାୟତର ରାମଠେଙ୍ଗା ଠାରେ ଆୟୋଜିତ ରକ୍ଷା ବନ୍ଧନ ଉତ୍ସବରେ ଯୋଗଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସେଠାରେ ଉପସ୍ଥିତ ବଡ଼ ଓ ସାନ ଭଉଣୀମାନେ ବନ୍ଦାପନା କରି ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଭାଇ ଭଉଣୀଙ୍କ ସ୍ନେହ ମମତାର ଏହି ପବିତ୍ର ବନ୍ଧନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ମଙ୍ଗଳ କାମନା କରିଥିଲେ ଇଂ ଘଡାଇ । ପ୍ରିତୀରଞ୍ଜନ କହିଛନ୍ତି ରାକ୍ଷୀ ଭାଇ ଭଉଣୀ ସମ୍ପର୍କରେ ପ୍ରେମ ଓ ପବିତ୍ରତାର ପ୍ରତୀକ ଭାଇ ଭଉଣୀର ସମ୍ପର୍କ ଏକ ନାମ ନୁହେଁ ଏକ ଦାୟିତ୍ବ । ରାକ୍ଷୀ ଭାଇ ଭଉଣୀ ସମ୍ପର୍କରେ ପ୍ରେମ ଓ ପବିତ୍ରତାର ପ୍ରତୀକ । ଭାଇ ଭଉଣୀର ସମ୍ପର୍କ ଏକ ନାଁ ନୁହେଁ ଏକ ଦାୟିତ୍ବ । ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନିଏ ଭଉଣୀ । ସମ୍ପର୍କର ସାକ୍ଷୀ ଭାବେ ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସେ ଭଉଣୀ । ଏ ବର୍ଷ ଅର୍ଥାତ୍‌ ଅଗଷ୍ଟ ୯ରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଳୁଛି ରାଜ୍ୟ ସମେତ ଭାରତ । ରାକ୍ଷୀ ପୂର୍ଣ୍ଣିମା ହେଉଛି ଭାଇ ଭଉଣୀଙ୍କ ମଧ୍ୟରେ ଏକ ଅତୁଟ ବନ୍ଧନର ପର୍ବ । ଭାଇ ଠାରୁ ସୁରକ୍ଷା ଆଶା ନେଇ ସୁରକ୍ଷାର ସୂତା ବାନ୍ଧୁଛି ଭଉଣୀ । ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ ଭାବରେ ରାକ୍ଷୀ ପୂର୍ଣ୍ଣିମା ଭାଇ-ଭଉଣୀ ସମ୍ପର୍କକୁ ମଜବୁତ କରିବା ପାଇଁ ପାଳନ କରାଯାଏ । ଭାରତୀୟ ପରମ୍ପରା ଅନୁସାରେ ଆଜିର ଦିନକୁ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣମୀ ବୋଲି କୁହାଯାଏ ।

Comments (0)
Add Comment