ଭଞ୍ଜନଗର, ୩୦/୧୧(ପିପିଟି ):ଭଞ୍ଜନଗର ଜେଲ୍ ପଡ଼ିଆରେ ଚାଲିଥିବା ଭଞ୍ଜ ଟ୍ରଫି-୨୦୨୫ ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗ୍ରାଣ୍ଡ ଫାଇନାଲ୍ ମ୍ୟାଚରେ ଆଜି ଭଞ୍ଜନଗର ମରାଠା ଏକାଦଶ ଚମ୍ପିୟନ ହୋଇଛି। ସୁନ୍ଦରଗଡ଼ ଦୋସ୍ତି ଫୁଟବଲ କ୍ଲବକୁ ୩-୧ଗୋଲରେ ଭଞ୍ଜନଗର ମରାଠା ଏକାଦଶ ପରାସ୍ତ କରିଛି।ଖେଳର ପ୍ରଥମାର୍ଦ୍ଧରେ ମରାଠା ଏକାଦଶ ୧-୦ ଗୋଲ ରେ ଆଗୁଆ ଥିଲା ଦ୍ବିତୀୟାର୍ଦ୍ଧରେ ପୁଣି ଲଗାତାର ଭାବେ ଆଉ ୨ଟି ଗୋଲ ସ୍କୋର କରିଥିଲା।ମ୍ୟାଚର ଶେଷ ସମୟରେ ସୁନ୍ଦରଗଡ଼ କେବଳ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲା।ଟୁର୍ଣ୍ଣାମେଣ୍ଟ ରେ ଶ୍ରେଷ୍ଠ ଗୋଲ କିପର ଭାବେ ସୁନ୍ଦରଗଡର ବିଷ୍ଠୁ, ଶ୍ରେଷ୍ଠ ଡିଫେଣ୍ଡର ଖେଳାଳି ମରାଠା ଏକାଦଶର ସିପୁ , ମ୍ୟାନ ଅଫ ଦି ମ୍ୟାଚ ମରାଠା ଏକାଦଶର ଜଳିଆ, ମ୍ୟାନ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ସୁନ୍ଦରଗଡ଼ର ଆକାଶ ଓରାମଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।ଆଜି ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଚାମ୍ପିଅନ ଦଳକୁ ୫୫ ହଜାର ୫୫୫ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ।
ସେହିଭଳି ରନର୍ସ ଅପ୍ ସୁନ୍ଦରଗଡ଼ ଦଳକୁ ୩୩ ହଜାର ୩୩୩ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ।ଭଞ୍ଜନଗର ର ପୂର୍ବତନ ବିଧାୟକ ସ୍ବର୍ଗତ ସୋମନାଥ ରଥଙ୍କ ଉଦ୍ୟମରେ ଏହି ଖେଳ ପଡ଼ିଆ ଆରମ୍ଭ ହୋଇଥିଲା।ଏଠାରୁ ବହୁ କ୍ରୀଡ଼ାବିତ ବାହାରି ରାଜ୍ୟ ଓ ଜାତୀୟ ସ୍ତରରେ ଭଞ୍ଜନଗର ମାଟି ପାଇଁ ସୁନାମ ଅର୍ଜନ କରିଛନ୍ତି।ତେଣୁ ପ୍ରତିବର୍ଷ ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ବୋଲି ବିଧାୟକ ନାୟକ କହିଥିଲେ।ସମ୍ମାନିତ ଅତିଥି ରୂପେ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି, ଏସ୍ଡିପିଓ ଡ. ଦୀପକ କୁମାର ମିଶ୍ର, ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ଭାଜପା ଭଞ୍ଜନଗର ସାଂଗଠନିକ ଜିଲ୍ଲା ସଭାପତି ନୀଳ ମାଧବ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଆୟୋଜକ କମିଟିର ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ସୁଶାନ୍ତ ବେହେରା ସଂଯୋଜନା କରିଥିଲେ। ଆଜିର ମ୍ୟାଚ୍ରେ ରେଫରୀ ଶିବ ଶଙ୍କର ପଣ୍ଡା ଥିବା ବେଳେ ଲାଇନ୍ସ ମ୍ୟାନ ରୋଷନ ଖାନ, ସୁଜିତ୍ ରାଜହଂସ, ଦିଲୀପ କୁମାର ରାଉତ, ବିଚିତ୍ର ଜେନା ଥିଲେ। ପି. ରମେଶ ମ୍ୟାଚ କମିଶନର ଥିଲେ। ଏହି ଅବସରରେ ଅଞ୍ଚଳର ବରିଷ୍ଠ ଫୁଟବଲ ଖେଳାଳି ମିଲନ ବେହେରା, ସୁଧିର କୁମାର ବେହେରା, ପି. ଆନନ୍ଦ ରାଓ, ବିଚିତ୍ର ଜେନା, ଗଣେଶ ବାହାଦୂର, ରାଧା କାନ୍ତ ନାୟକ, ସୁବାସ ଚନ୍ଦ୍ର ଗୌଡ଼, ପି କାର୍ତ୍ତିକ ରାଓ, ଦିଲୀପ କୁମାର ବେହେରା, ଗୌରୀ ମହାରଣା, ରମେଶ ବେହେରା, ବାବୁ ମହାନ୍ତି, ଏ ନାରାୟଣ, ଏ. କ୍ରିଷ୍ଣା, ଉଷାକାନ୍ତ ପଟ୍ଟନାୟକ, ଶରତ କୁମାର ମହାନ୍ତି, ବାବୁ ମହାନ୍ତି, କୁଲୁ ସାମନ୍ତ, ଆଶିଷ ସେଠୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)