ଭଞ୍ଜନଗର ରେ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ।

ଭଞ୍ଜନଗର,୧୧/୦୮(ପିପିଟି): ଭଞ୍ଜନଗର ଠାରୁ ଫୁଲବାଣୀ ରାସ୍ତାର ଶ୍ରୀ ବିହାର ଡ଼ିଏଭି ପି.ଟି ଏସ.ଆର ପବ୍ଲିକ ସ୍କୁଲ ରେ ମହା ଆଡମ୍ବରରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି ଦିବସରେ ରାକ୍ଷୀର ମହତ୍ତ୍ୱ ଜଣାଇବା ସହ ପରସ୍ପର ମଧ୍ୟରେ ରାକ୍ଷୀ ବାନ୍ଧିବା ସହ ସହରର ବିଶିଷ୍ଠ ବ୍ୟକ୍ତି ଯଥା ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଏନ୍ଏସି ନଗରପାଳ ଗୋପବନ୍ଧୁ ମହାପାତ୍ର, ଥାନା ଅଧିକାରୀ ଧିରେସ କୁମାର ଦାସ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ଅନ୍ୟମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିଥିଲେ। ସେହିପରି ଭଞ୍ଜନଗର ବାଗଦେବୀ ରୋଡ଼ ଠାରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ସ୍ରୋତ ଭବନ, ବ୍ରହ୍ମକୁମାରି ନୀଳାଦ୍ରି ବିହାର ଠାରେ ମଧ୍ୟ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ମହା ସମାରୋହରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ଏନଏସିର ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ସୁବାଷ ଚନ୍ଦ୍ର ଜେନା, ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ସମାଜସେବୀ ଶୁଳପାଣି ଶତପଥୀ,ସନ୍ତୋଷିନୀ ଭଉଣୀ ଓ ଅନ୍ୟମାନେ ଉପସ୍ଥିତ ରହି ଭାଇ ଭଉଣୀ ମଧ୍ୟରେ ରାକ୍ଷୀର ପବିତ୍ର ସମ୍ପର୍କ ବିଷୟରେ ଆଲୋଚନା କରି ପରସ୍ପରକୁ ରାକ୍ଷୀ ବାନ୍ଧିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment