ଭଞ୍ଜନଗର ମେଡିକାଲରେ ରୋଗୀ – ଗାର୍ଡ ଧସ୍ତାଧସ୍ତି ପ୍ରତିବାଦରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।

ଭଞ୍ଜନଗର,୧୧/୦୮(ପିପିଟି ): ଦୁଇ ଦିନ ପୂର୍ବେ ଗଞ୍ଜାମ ଜିଲା ଭଞ୍ଜନଗର ମେଡିକାଲକୁ ଦୁଇଟି କ୍ଷେତ୍ରରେ ଉଲ୍ଲେଖନୀୟ ସାସ୍ଥ୍ୟସେବା ପାଇଁ ରାଜ୍ୟସ୍ତରରେ ଦୁଇଟି ପୁରସ୍କାର ମିଳିଥିଲା। ଯାହାକୁ ନେଇ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଥିଲେ। କିନ୍ତୁ ରବିବାର ମେଡିକାଲର ସୁନାମରେ କିଛିଟା ଦାଗ ଦେଖାଦେଇଛି। ମେଡିକାଲରେ ରୋଗୀ ଓ ସିକ୍ୟୁରିଟି ଗାର୍ଡ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଭିଡିଓ ଭାଇରାଲ ହୋଇଛି। ଏହାପରେ କଥା ଯାଇ ଥାନାରେ ପହଞ୍ଚିଛି। ପୋଲିସ ଦୁଇଟି ଏତଲା ଗ୍ରହଣ କରି ଘଟଣାର ତଦନ୍ତ ଚଳାଇଛି।
ଅପରପକ୍ଷେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରି ଡାକ୍ତରମାନେ ୧ ଘଣ୍ଟା ଆଉଟ ଡୋର ରୋଗୀ ସେବା ବନ୍ଦ କରିଥିଲେ। ଏହାପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ରୋଗୀ ସେବା ସ୍ବାଭାବିକ ହୋଇଥିଲା। ଅପରପକ୍ଷେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ଏବଂ ଗାର୍ଡମାନେ ମଧ୍ୟ ଦୁର୍ବ୍ୟବହାର ଦେଖାଇଥିବା ଅଭିଯୋଗ ହୋଇଛି। ଏନେଇ ସେମାନେ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣାରୁ ପ୍ରକାଶ ଯେ, ଜିଲୁଣ୍ଡିର ଜଣେ ରୋଗୀ ତାଙ୍କର ପୁଅକୁ ଧରି ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ। ସେମାନେ ଧାଡ଼ିରେ ଠିଆ ହୋଇଥିଲେ। ଏହି ସମୟରେ ଅନ୍ୟ ଜଣେ ରୋଗୀ ଆଗୁଆ ଦେଖାଇବାକୁ ନେଇ ବିବାଦ ଦେଖାଦେଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ତାହା ଧସ୍ତାଧସ୍ତି ପର୍ଯ୍ୟନ୍ତ ଯାଇଥିଲା।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment