ଭଞ୍ଜନଗର ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳା ।

ଭଞ୍ଜନଗର,୧୦/୦୧(ପିପିଟି):ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର। ପ୍ରତି ବର୍ଷ ବନ୍ୟା ଓ ବାତ୍ୟା ଓ ପ୍ରାକୃତିକ ଦୈବ ଦୁର୍ବିପାକକୁ ନେଇ ଓଡିଶା ବାସୀଙ୍କ ମଧ୍ୟରେ ଛନକା ପଶିଥାଏ। ହେଲେ ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟକୁ କିପରି ସମନ୍ୱୟ ରଖି ଆଗୁଆ ମୁକାବିଲା କରାଯିବ ସେନେଇ ବ୍ଲକ ସ୍ତରୀୟ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ବୁଧବାର ଭଞ୍ଜନଗର ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଳକ ଅଧ୍ଯକ୍ଷ ନରିସଭା ନାୟକ,ବ୍ଲକ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର ଯୋଗଦେଇ ଶୁନ୍ୟ ମୃତାହତ କୁ ଦୃଷ୍ଟିରେ ରଖି ବ୍ଲକ ଓ ପଞ୍ଚାୟତର ସମସ୍ତ ସରକାରୀ ଅଧିକାରୀ ଓ ନିର୍ବାଚିତ ପଞ୍ଚାୟତର ଜନପ୍ରତିନିଧିଙ୍କ ସହ ସମନ୍ୱୟ ରଖି ପରିଚାଳନା କରିବାକୁ କହିଥିଲେ ଓ ପ୍ରାକୃତିକ ବିପର୍ଯୟ ସମୟରେ ସମେସ୍ତ ମିଳିମିଶି କାମ କରିବା ଉପରେ ଗୁରୁତ୍ୱ ଦେଇଥିଲେ, ଏହି ଅବସରରେ ବାର୍ଡ଼ ର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ବାବଦରେ ତାଲିମ୍ ଦେଇଥିଲେ । ବନ୍ୟା କିମ୍ବା ବାତ୍ୟା ଭଳି ଯୋକୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୁର୍ବରୁ ବିଭିନ୍ନ ବିଭାଗ ସହ ସ୍ଥାନୀୟ ଜନପ୍ରତିନିଧିଙ୍କ ମିଳିତ ସମନ୍ୱୟ ରଖି ପ୍ରସ୍ତୁତ ରହିବା ପାଇଁ ଗୁରୁତ୍ବାରୋପ ଦିଆଯାଇଛି। ଏହା ସହ ବିପର୍ଯ୍ୟୟ ସମୟରେ ଗର୍ଭବତୀ,ପ୍ରସୁତି ମହିଳା, ଛୋଟ ଶିଶୁ,ବୃଦ୍ଧ ଓ ବୃଦ୍ଧାଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ବ୍ୟବହୃତ ହେବାକୁ ଥିବା ସମସ୍ତ ଯନ୍ତ୍ରାଂଶ କୁ ଆଗୁଆ ପ୍ରସ୍ତୁତ କରି ରଖିବା ଦିଗରେ ଅବଗତ କରାଇଥିଲେ,ଉକ୍ତ କର୍ମଶାଳାରେ ଅଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ କୁମାର ରାୟ,ଅତିରିକ୍ତ ବ୍ଲକ ଉର୍ନ୍ନୟନ ଅଧିକାରୀ ପୁର୍ଣଚନ୍ଦ୍ର ପାଢ଼ୀ, ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ଭଞ୍ଜନଗର ବ୍ଲକ ଗ୍ରାମ ପଞ୍ଚାୟତ ଅଫିସର ପ୍ରିୟଦର୍ଶିନୀ ମଲିକ,ପ୍ରମୁଖ ମଞ୍ଚାସିନ ରହିଥିଲେ। ଭଞ୍ଜନଗର ବ୍ଲକର ତୁରୁମୁ, ବାଉଁଶଲୁଣ୍ଡି,ଡିହପଢାଳ,ଗାଲେରୀ, ହରିଗଡ,ଦୋମୁହାଣୀ,ତିଳିସିଙ୍ଗି,ବ୍ରାହ୍ମଣପଦର,କୁଲାଡ ଓ ଗୋଲାପଡା ପଞ୍ଚାୟତର ଜନପ୍ରତିନିଧି ସମେତ ଅଗ୍ନିଶମ, ଗ୍ରାମ୍ୟ ଜଳଯୋଗାଣ, ବିଦ୍ୟୁତ,ଶିକ୍ଷା,କୃଷି, ଉଦ୍ୟାନ କୃଷି,ପଶୁସମ୍ପଦ,ଜଙ୍ଗଲ,ଗ୍ରାମ୍ୟ ଉନ୍ନୟନ ଓ ପୁର୍ତ୍ତ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ ଭଞ୍ଜନଗର ର ବୁଦ୍ଧିଜୀବୀ ଗଣ ଉପସ୍ଥିତ ଥିଲେ ।

Comments (0)
Add Comment