ଭଞ୍ଜନଗର,୨୬/୦୪(ପିପିଟି):ରାଜ୍ୟ ସରକାରଙ୍କ ୫ଟି ଅଭିଯାନରେ ଗଞ୍ଜାମ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ଆଜି ମୋଟ ୧୦୬ଟି ସ୍କୁଲ ରୂପାନ୍ତରଣ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା ବେଳେ ସେଥି ମଧ୍ୟରେ ଭଞ୍ଜନଗର ବ୍ଲକ ଓ ଏନ୍ଏସିରେ ଅନର୍ଗତ ୬ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣହୋଇ ଲୋକାର୍ପିତ ହୋଇଛି। ଭଞ୍ଜନଗର ବ୍ଲକର ୫ଟି ସ୍କୁଲ ମଧ୍ୟରେ ଲାଲସିଂ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟ, ବୁଦୁଲି,ରାଇ ପଲି,ବଦାଙ୍ଗୀ ଓ ଇନ୍ଦ୍ରଗଡ଼ ହାଇସ୍କୁଲ ଓ ଏନଏସିର ଶ୍ରୀ ବତ୍ସ ହାଇସ୍କୁଲ ରହିଛି।ବିଦ୍ୟାଳୟର ସୁନ୍ଦର ପରିବେଶ, ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ,ଉନ୍ନତ ମାନର ବିଜ୍ଞାନଗାର,କମ୍ପ୍ୟୁଟର ଲ୍ୟାବ,ସ୍ୱଚ୍ଛ ଶୌଚାଳୟ,ବିଶୁଦ୍ଧ ପାନୀୟ ଜଳ ଓ ଖେଳକୁଦର ସମସ୍ତ ସୁବିଧା ଦେଖି ଛାତ୍ରଛାତ୍ରୀ ମାନେ ଖୁସିରେ ବିଭୋର ହୋଇ ଉଠିଛନ୍ତି ।ମୁଖ୍ୟମନ୍ତ୍ରୀ ଅନଲାଇନ ମାଧ୍ୟମରେ ସମସ୍ତ ରୂପାନ୍ତରଣ ସ୍କୁଲକୁ ଲୋକାର୍ପଣ କରିବା ପରେ ଲାଲ ସିଂ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ୫୦ନଂ ଜିଲ୍ଲା ପରିଷଦ ସଭ୍ୟା ଶୈଳବାଳା ବିଷୋୟୀ,ସମ୍ମାନିତ ଅତିଥି ରୂପେ ସାଂସଦ ପ୍ରତିନିଧି ଦିବାକର ନାୟକ, ସରପଞ୍ଚ ଶିବରାମ ସାହୁ,ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଅନୀଲ କୁମାର ରାଉତ,ସଙ୍ଗଠକ ବିଷ୍ଣୁ ଚରଣ ପ୍ରଧାନ,ଏବିଇଓ ଜ୍ୟୋସ୍ନା ଦେବୀ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ,ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ପ୍ରାକ୍ତନ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଶିକ୍ଷକ ନେତା ଜଗବନ୍ଧୁ ଜେନା,ବଡ଼ କୋଦଣ୍ଡା ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ଗଡ଼ ନାୟକ ଉପସ୍ଥିତ ଥିଲେ।ଅନୁପମ ବାନାର୍ଜୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଶିକ୍ଷାକ୍ଷେତ୍ରରେ ନେଇଥିବା ବଳିଷ୍ଠ ପଦକ୍ଷେପ ଯୋଗୁଁ ଆଜି ବହୁତ ଗରିବ ଓ ସାଧାରଣ ବର୍ଗର ପିଲାମାନେ ଏହି ସରକାରୀ ସ୍କୁଲରେ ଶିକ୍ଷାଲାଭ କରି ନିଶ୍ଚିତ ସଫଳତା ହାସଲ କରିବେ ଏଥିରେ ସନ୍ଦେହ ନାହିଁ ବୋଲି ଅତିଥିମାନେ କହିଥିଲେ।ଭଞ୍ଜନଗର ବିଡ଼ିଓ ଶଶୀ ଭୂଷଣ ମହାପାତ୍ର ସମସ୍ତ ବିଦ୍ୟାଳୟ ପରିଦର୍ଶନ କରି କାର୍ଯ୍ୟକ୍ରମର ତଦାରଖ କରିଥିଲେ।ସେହିପରି ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଶିକ୍ଷା ବିଭାଗ ଅଧିକାରୀ,ସ୍କୁଲ ପରିଚାଳନା କମିଟି,ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା।
(ରିପୋର୍ଟ- ଜେକେ ପଟ୍ଟନାୟକ। )