ଭଞ୍ଜନଗର ବିଜେଡ଼ି ମିଶ୍ରଣ ପର୍ବରେ ବହୁ ବିଜେପି ଓ କଂଗ୍ରେସ କର୍ମୀ ।

ଭଞ୍ଜନଗର,୨୦/୦୩(ପିପିଟି): ଚଳିତ ବର୍ଷ ପୌର ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକି ରହିଛି। ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ଅପୂର୍ବ ସଫଳତା ହାସଲ କରିବା ପରେ ଦଳ ପୌର ନିର୍ବାଚନରେ ମଧ୍ୟ କ୍ଳିନ୍ ସୁଇପ୍ କରିବା ଲକ୍ଷ୍ୟରେ ରହିଛି। ଭଞ୍ଜନଗରରେ ବିଜେଡି ଦଳ ବର୍ତ୍ତମାନ ଭଲ ସ୍ଥିତିରେ ରହିଥିବା ବେଳେ ଆଜି ସହରର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡ଼ିରେ ଯୋଗଦେଇଛନ୍ତି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଦଳୀୟ ଉପଢୌକନ ଦେଇ ସମସ୍ତଙ୍କୁ ସ୍ବାଗତ ଜଣାଇଛନ୍ତି। ସହରର ବହୁ ପୁରାତନ କାଉନ୍ସିଲର,ଦଳୀୟ ନେତୃବୃନ୍ଦ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଏଥିପାଇଁ ବିଜୁ ସ୍ମୃତି ସଂସଦ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିସହ ଆଗାମୀ ପୌର ନିର୍ବାଚନରେ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୫ ଟି ୱାର୍ଡରୁ ୬ ଜଣ ପ୍ରାର୍ଥୀ ନିନ୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ଏବଂ ଅନ୍ୟ ୱାର୍ଡ ସମେତ ନଗରପାଳ ପ୍ରାର୍ଥୀ କିଭଳି ବହୁ ସଂଖ୍ୟାରେ ବିଜୟୀ ହେବେ ସେଥିପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବା ପାଇଁ ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ନଗରପାଳ ପ୍ରାର୍ଥୀ ଗୋପବନ୍ଧୁ ମହାପାତ୍ର, ବିଜେଡି ନଗର ସଭାପତି ରାଜେନ୍ଦ୍ର ବିଷୋୟୀ,ସାଂସଦ ପ୍ରତିନିଧି ଦିବାକର ନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ମିଶ୍ରଣ ପର୍ବକୁ ନଗର ଯୁବ ବିଜେଡି ସଭାପତି ସୁଧୀର ରଞ୍ଜନ ବେହେରା ପରିଚାଳନା କରିଥିବା ବେଳେ ସମସ୍ତ ୱାର୍ଡ ସଦସ୍ୟ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment