ଭଞ୍ଜନଗର ବସ ଷ୍ଟାଣ୍ଡ ରୁ ଚୋରି ଘଟଣାରେ ଜଣେ ଗିରଫ ।

ଭଞ୍ଜନଗର,୧୯/୦୪(ପିପିଟି): ଭଞ୍ଜନଗର ବସ୍ ଷ୍ଟାଣ୍ଡରେ ବସ୍ କୁ ଅପେକ୍ଷା କରିଥିବା ଜଣେ ମହିଳାଙ୍କ ଠାରୁ ଚୋରୀ କରିବା ଅଭିଯୋଗରେ ପୁଲିସ୍ ଆନ୍ଧ୍ରପ୍ରଦେଶ ରାଜ୍ୟର ସିକାକୁଲମ ଜିଲ୍ଲା ସୋମପେଟା ଥାନା  ସାନକୁମୁଟି ସାହିର କେ.କବିର ଦାସ(୭୨)କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ସୁଚନା ଦେଇଛନ୍ତି। ସୂଚନା ଅନୁଯାୟୀ,ବୁଗୁଡ଼ା ଥାନା ଘୋଳପୁର ଗ୍ରାମର ମହେଶ୍ବର ସେଠୀଙ୍କ ପତ୍ନୀ ପ୍ରତିମା ସେଠୀ ନିଜ ପୁଅକୁ ସାଙ୍ଗରେ ନେଇ ବନ୍ଧବାହାଲରୁ ନିଜ ଗ୍ରାମକୁ ଫେରିବା ସମୟରେ ଭଞ୍ଜନଗର ବସ୍ ଷ୍ଟାଣ୍ଡ ନିକଟରେ ବସ୍ କୁ ଅପେକ୍ଷା କରିଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ ତାଙ୍କ ସୁନା ମୁଦି,କାନ ଫୁଲ,ରୁପା ପାଉଁଚି ସହ ମୋବାଇଲ ଫୋନକୁ ଚୋରୀ କରି ନେଇ ଯାଇଥିଲେ। ଏନେଇ ପ୍ରତିମା ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ କେସ୍ ନମ୍ବର ୨୮୩ରେ ଏକ ମାମଲା ରୁଜୁ କରିବା ସହ ସ୍ଥାନୀୟ ଲୋକ ଏବଂ ସିସି କ୍ୟାମେରା ଫୁଟେଜ ଆଧାରରେ ଅଭିଯୁକ୍ତ କବିରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଏଥିସହ ତା ନିକଟରୁ ୧୬୭୦ ଟଙ୍କା ଏବଂ ଗୋଟିଏ ସୁନା ମୁଦି ଏବଂ ମୋବାଇଲ ଫୋନ ଜବତ କରି ଆଜି କୋର୍ଟ ଚାଲାଣ କରିଥିବା ପ୍ରକାଶ କରିଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment