ଭଞ୍ଜନଗର ପୋଲିସ୍ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ।

ଭଞ୍ଜନଗର, ୩୧/୧୦(ପିପିଟି ):ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ସମସ୍ତ ଥାନାରେ ଅକ୍ଟୋବର ୩୧ ରାଷ୍ଟ୍ରୀୟ ଏକତା ଦିବସକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।ଏହି ପରିପ୍ରେକ୍ଷୀରେ ମହାପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଭଞ୍ଜନଗର ପୋଲିସ୍ ପକ୍ଷରୁ ମଧ୍ୟ ବେଶ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି।ଆଜି ସକାଳେ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଏହା ଭଞ୍ଜନଗର ଥାନା ପରିସରରୁ ବାହାରି ବସ ଷ୍ଟାଣ୍ଡ, ଷ୍ଟେଟ ବ୍ୟାଙ୍କ ଛକ, ଖାଲାସାହି ଅତିକ୍ରମ କରି ମୁଖ୍ୟରାସ୍ତା ଦେଇ ପୁଣିଥରେ ଥାନା ପରିସରରେ ପହଞ୍ଚିଥିଲେ।ଏଥିସହ ଜାତୀୟ ଏକତା ଦିବସରେ ଲୋହ ମାନବ ସର୍ଦ୍ଦାର ପଟେଲଙ୍କ ଜୀବନି ଶୈଳୀ ଓ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ସମେତ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ. ଦୀପକ କୁମାର ମିଶ୍ର,ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସଆଇ ଲଷ୍ମୀଧର ମହାନ୍ତି, ଜ୍ୟୋସ୍ନା ସାହୁ, ଲିପିନା ବିଶ୍ୱାଳ, ଏଏସଆଇ ଶରତ ଚନ୍ଦ୍ର ପଣ୍ଡା, ସୁଶାନ୍ତ ପଟ୍ଟନାୟକ, ବିଦେଶୀ ବେହେରା,ସତ୍ୟ ନାରାୟଣ ମଲିକ,ରୁଦ୍ର ପ୍ରସାଦ କହଁର ଓ ଅନ୍ୟ ସମସ୍ତ ପୋଲିସ କର୍ମଚାରୀ, ସମାଜସେବୀ, ବୁଦ୍ଧିଜିବୀ ଆଦି ଏହି ଗଣଦୌଡରେ ସାମିଲ ହୋଇଥିଲେ।ପୂର୍ବରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।ଏଥିରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀଙ୍କୁ ଆଜି ଆଇଆଇସି ଶ୍ରୀ ଜେନା ପ୍ରମାଣପତ୍ର ସହ ଟ୍ରଫି ଦେଇ ପୁରସ୍କୃତ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment