ଭଞ୍ଜନଗର ନୂତନ ଏସ୍ଡିପିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।

ଭଞ୍ଜନଗର, ୧୩/୦୭(ପିପିଟି):ଭଞ୍ଜନଗର ନିକଟ ଶାଳୁଆ ପଲି ନର୍ସରୀ ଠାରେ ଆଜି ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼. ଦୀପକ କୁମାର ମିଶ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ପୂର୍ବତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ନାୟକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଯୋଗ ଦେଇଥିଲେ।ଭଞ୍ଜନଗର ରୁ ବଦଳି ହୋଇ ପୁରୁଷୋତ୍ତମ ପୁର ଯାଇଥିବା ଏସ୍ଡିପିଓ ଶ୍ରୀ ନାୟକ ନିଜର ୧ବର୍ଷ ୩ମାସ ରହଣୀ ସମୟରେ ଘଟିଥିବା ବିଭିନ୍ନ ଘଟଣା, ସ୍ମୃତି ଓ ଅନୁଭୂତିକୁ ବଖାଣିଥିଲେ।ସେହିପରି ଆଗାମୀ ଦିନରେ ଆଳସ୍ୟ ତ୍ୟାଗ କରି ସମସ୍ତ ପୋଲିସ କର୍ମଚାରୀଙ୍କ ସହଯୋଗରେ ଭଞ୍ଜନଗର ଉପଖଣ୍ଡ ଜିଲ୍ଲାରେ ପ୍ରଶଂସିତ ହୋଇପାରିବ ବୋଲି ପୁରୁଷୋତ୍ତମ ପୁରରୁ ଆସିଥିବା ନୂତନ ଏସ୍ଡିପିଓ ଡ଼. ମିଶ୍ର କହିଥିଲେ।କର୍ମ ସହିତ ଧର୍ମ ଯୋଡ଼ି ହୋଇ ରହିଛି, ତେଣୁ ସମସ୍ତେ ଧର୍ମକୁ ଆଖି ଆଗରେ ରଖି କର୍ମ କଲେ ତାହା ସରଳ ହୋଇଥାଏ ବୋଲି ଅତିରିକ୍ତ ଏସପି ଶ୍ରୀ ଦେ କହିଥିଲେ।ଏଥିସହ ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା, ତାରାସିଂ ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ, ବେଲଗୁଣ୍ଠା ଥାନାଧିକାରୀ ରେବତୀ ଶବର,ଜଗନ୍ନାଥ ପ୍ରସାଦ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା ଉପସ୍ଥିତ ୩ ଉଚ୍ଚ ପଦସ୍ଥ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ବେଶ ପ୍ରଶଂସା କରିଥିଲେ।ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ସାମ୍ବାଦିକ ଅମରେନ୍ଦ୍ର କୁମାର ପଟ୍ଟନାୟକ ପୂର୍ବତନ ଏସ୍ଡିପିଓ ଶ୍ରୀ ନାୟକଙ୍କ ସାହାଯ୍ୟ ଓ ସହଯୋଗ ବେଶ ପ୍ରେରଣାଦାୟୀ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗାଙ୍ଗପୁର ଥାନାଧିକାରି ବନବିହାରୀ ପ୍ରଧାନ, , ବୁଗୁଡ଼ା ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ବାଲିପଦର ଫାଣ୍ଡି ଅଧିକାରୀ ନୀଳାଦ୍ରି ରେଡି,ଗାଲେରି ଫାଣ୍ଡି ଅଧିକାରୀ ମଧୁବାବୁ, ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠି, ଲକ୍ଷ୍ମୀଧର ମାହାନ୍ତି, ଲିପିନା ବିଶ୍ୱାଳ, ଏଏସଆଇ ସୁଶାନ୍ତ କୁମାର ପଟ୍ଟନାୟକ, ରୁଦ୍ରପ୍ରତାପ କହଁର,ଏବଂ ଉପଖଣ୍ଡରେ ଥିବା ୫ଟି ଥାନାର ପୋଲିସ କର୍ମଚାରୀ ଓ ଗୃହରକ୍ଷୀମାନେ ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment