ଭଞ୍ଜନଗର ଥାନା ପରିସରରେ ତ୍ରିନାଥ ମନ୍ଦିର ପ୍ରତିଷ୍ଠା ।

ଭଞ୍ଜନଗର,୦୯/୧୨(ପିପିଟି): ଭଞ୍ଜନଗର ଥାନା ପରିସରରେ ଏକ ଭବ୍ୟ ପରିବେଶ ମଧ୍ୟରେ ବୁଧବାର ତ୍ରିନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭଗବାନ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ପିତଳ ପ୍ରତିମାକୁ ନବ ନିର୍ମିତ ମନ୍ଦିର ଭିତରେ ସ୍ଥାପନ କରାଯାଇଥିଲା। ମନ୍ଦିର ପ୍ରତିଷ୍ଠା ନେଇ ମଙ୍ଗଳବାର ଆବାହନ, ଅଙ୍କୁରୋପଣ କାର୍ଯ୍ୟକ୍ରମ ହୋଇଥିବା ବେଳେ ବୁଧବାର ସକାଳୁ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ବ ରଞ୍ଜନ ଭୂୟାଁ କର୍ତ୍ତା ଭାବେ ହୋମଯଜ୍ଞ ବିଦ୍ଧି ସମ୍ପନ୍ନ କରିଥିଲେ। ଏଥିରେ ଉପଖଣ୍ଡ ପୁଲିସ୍ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର,ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଦିଲ୍ଲିପ୍ କୁମାର ସ୍ବାଇଁ,ତାରସିଂ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ, ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ,ଆମ ପୁଲିସ୍ ସମିତି ବରିଷ୍ଠ ସଦସ୍ୟ ଅର୍ନ୍ତର୍ଯ୍ୟାମୀ ତ୍ରିପାଠି,ଅନୁପମ ବାନାର୍ଜି,ପୂର୍ଣ୍ଣଚନ୍ଦ୍ର ତ୍ରିପାଠି,ଅମରନାଥ ରଥ,ଜଗଦୀଶ ପାଣିଗ୍ରାହୀ,ସୁଶାନ୍ତ ମହାପାତ୍ର,ରବି ନାରାୟଣ ମହାନ୍ତି, ବିଷ୍ଣୁପ୍ରିୟା ସେନାପତି,ଏସ୍ଆଇ ଶରତ ଚନ୍ଦ୍ର କିସ୍କୋ,ଏଏସ୍ଆଇ ପ୍ରଶାନ୍ତ କୁମାର ପ୍ରଧାନ,ହର୍ଷପ୍ରିୟା ଜେନା,ବଳରାମ ଜେନା,ଅମର କୁମାର ଜେନାଙ୍କ ସମେତ ଥାନାର ସମସ୍ତ କର୍ମଚାରୀଙ୍କ ସମେତ ଆମ ପୁଲିସ୍ ସମିତି,ଗଣମାଧ୍ୟମ ପ୍ରତିନିଧିମାନେ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment