ଭଞ୍ଜନଗର ଥାନାରେ ସୁରକ୍ଷା ସମ୍ପର୍କିତ ସଚେତନତା ।

ଭଞ୍ଜନଗର,୦୧/୧୨(ପିପିଟି): ଭଞ୍ଜନଗର ଥାନା ଅଧିକାରୀଙ୍କ ପ୍ରକୋଷ୍ଠରେ ଆଜି ସୁରକ୍ଷା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଥାନା ଅଧିକାରୀ ଧୀରେସ କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ଭଞ୍ଜନଗର ସହରରେ ଥିବା ସମସ୍ତ ସୂନା ଦୋକାନୀ, ଲଜ ମାଲିକ, ପେଟ୍ରୋଲ ପମ୍ପ ମାଲିକ, ସମସ୍ତ ବ୍ୟାଙ୍କ ମ୍ୟାନେଜେର ଓ ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ।ବିଶେଷ କରି ଆଜିକାଲି ବିଭିନ୍ନ ପ୍ରକାର ଠକେଇ, ଅଭିନବ ଉପାୟରେ ଚୋରି,ନକଲି ଚେକ ପ୍ରଦାନ ଭଳି ଘଟଣା ସାମ୍ନାକୁ ଆସୁଛି। ତାହାକୁ ରୋକିବା ପାଇଁ ସମସ୍ତେ ସଚେତନ ହେବା ସହ ଧନ ଜୀବନର ସୁରକ୍ଷା ଉପରେ ଆଲୋଚନା କରିଥିଲେ।ସୁରକ୍ଷା ଦୃଷ୍ଟିରୁ ସନ୍ଦେହ ଜନକ ବ୍ୟକ୍ତି ଉପରେ ନଜର ରଖିବା,ସିସି କ୍ୟାମେରା ବ୍ୟବହାର ଏବଂ ଆବଶ୍ୟକ ସ୍ଥଳେ ପୁଲିସକୁ ଖବର ଦେବା, ବ୍ୟାଙ୍କର ଚତୁର୍ଦିଗରେ ସିସି କ୍ୟାମେରା ଲଗେଇବା,ଜରୁରୀ କାଳୀନ ପରିସ୍ଥିତିରେ ସାଇରନ ବ୍ୟବହାର ଓ ସୁରକ୍ଷାକର୍ମୀ ମୃତୟନ କରିବା ଏବଂ ଆବଶ୍ୟକ ବେଳେ ୧୧୨ନଂ କୁ ଯୋଗାଯୋଗ କରିବା ସହ ଥାନାକୁ ଫୋନ କରି ସୂଚନା ଦେବା ପାଇଁ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ଥାନା ଅଧିକାରୀ ଶ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଲେ।

( ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ ।)

Comments (0)
Add Comment