ଭଞ୍ଜନଗର ତହସିଲରେ ଗଡ଼ିଲା ରାଜସ୍ୱ ରଥ ।

ଭଞ୍ଜନଗର,୧୭/୦୫(ପିପିଟି);ସୋମବାର ଠାରୁ ଭଞ୍ଜନଗର ତହସିଲରେ ଗଡ଼ିବା ଆରମ୍ଭ କରିଛି ରାଜସ୍ୱ ରଥ। ଏହି କରୋନା ମହାମାରୀ ସମୟରେ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଉଥିବା ବେଳେ ସେମାନଙ୍କୁ ନିଜ ଘରେ ରାଜସ୍ୱ ସେବା ଯୋଗାଇଦେବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏହାକୁ ଶୁଭାରମ୍ଭ କରିଥିଲେ। ଏଥିରେ ତହସିଲଦାର ଆଲୋକ କୁମାର ପ୍ରଧାନ,ବିଭାଗୀୟ ଅଧିକାରୀ ଅନୀଲ କୁମାର ପଣ୍ଡା, ଏସଆରଏ ମହେଶ୍ୱର ପ୍ରଧାନ,ସଚ୍ଚିଦାନନ୍ଦ ପାତ୍ର ଓ ଅନ୍ୟ ରାଜସ୍ୱ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ରଥ ଭଞ୍ଜନଗର ତହସିଲର ବିଭିନ୍ନ ପଞ୍ଚାୟତ ଓ ଗ୍ରାମକୁ ଯାଇ ଲୋକଙ୍କ ନିକଟରେ ରାଜସ୍ୱ ସେବା ପ୍ରଦାନ କରିବ।ଲୋକଙ୍କୁ ପଟ୍ଟା ବଣ୍ଟନ ଠାରୁ ଦରଖାସ୍ତ ଗ୍ରହଣ ଭଳି ସମସ୍ତ ସୁବିଧା ମିଳିବ ବୋଲି ଜଣାପଡ଼ିଛି। ପ୍ରଥମ ଦିବସରେ ଏହି ରଥ କୁଲାଡ଼ ଓ ବାରୁଡ଼ା ରାଜସ୍ୱ ନିରୀକ୍ଷକଙ୍କ ଅଞ୍ଚଳରେ ପହଞ୍ଚି ସେବା କାର୍ଯ୍ୟ ଆରମ୍ଭ କରିଥିଲା।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment