ଭଞ୍ଜନଗର ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ।

ଭଞ୍ଜନଗର,୨୬/୦୧(ପିପିଟି); ଭଞ୍ଜନଗର ଜେଲ ପଡ଼ିଆ ଠାରେ ଉପଖଣ୍ଡ ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ପାଳନ କରାଯାଇଛି। କମ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିରେ ଆୟୋଜିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମସ୍ତେ ଏକାଠି ହୋଇ କରୋନା ମୁକାବିଲା ରେ କାର୍ଯ୍ୟ କରିଥିବାରୁ ଆଜି ଆମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି।ତେଣୁ ସମସ୍ତେ ସଙ୍ଗଠିତ ଭାବେ କାର୍ଯ୍ୟ କଲେ ଦେଶ ଓ ଜାତିର ଉନ୍ନତି ହୋଇପାରିବ ବୋଲି ଶ୍ରୀ ମିଞ୍ଜ କହିଥିଲେ। କରୋନା ସମୟରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ କରୋନା ଯୋଦ୍ଧା ଭାବେ ୧୪ଟି ବିଭାଗର ମୁଖ୍ୟଙ୍କୁ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହାପରେ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ,ଏସ.ଡ଼ି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର,ଏସ.ଡ଼ି.ଏମ.ଓ ସିତାଂଶୁ ଶେଖର ଶତପଥି, ବିଡ଼ିଓ ଅନୀଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ଭଞ୍ଜନଗର ଡାକ୍ତରଖାନା ରେ ରୋଗୀଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରିଥିଲେ। ଶେଷରେ ବଡ଼କୋଦଣ୍ଡା ସ୍ଥିତ ଚିଦାନନ୍ଦ କୁଷ୍ଠରୋଗୀ ସେବାଶ୍ରମର ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯାଇଥିଲା।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment