ଭଞ୍ଜନଗର ଠାରେ ୧୨ଘଣ୍ଟିଆ ବନ୍ଦ ପାଳନ ।

ଭଞ୍ଜନଗର,୨୬/୧୧(ପିପିଟି); ସମଗ୍ର ଦେଶରେ ଆଜି ସମ୍ମିଳିତ ଟ୍ରେଡ଼ ୟୁନିଅନ୍ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ବେଳେ ଭଞ୍ଜନଗର ଠାରେ ମଧ୍ୟ ଏହାକୁ ସମର୍ଥନ ଜଣାଇ ଗାଡ଼ି ମଟର ଚଳାଚଳ, ଦୋକାନ ବଜାର ଓ ବିଭିନ୍ନ କାର୍ଯ୍ୟାଳୟକୁ ବିଭିନ୍ନ ରାଜନୈତିକ ଦଳ ଏବଂ ସଙ୍ଗଠନର କର୍ମକର୍ତ୍ତାମାନେ ପିକେଟିଂ କରି ବନ୍ଦ କରିଛନ୍ତି। କେନ୍ଦ୍ର ସରକାରଙ୍କ କୃଷଜ ମାରଣ ନୀତି, ଜନବିରୋଧୀ କାର୍ଯ୍ୟ ଓ ଦରଦାମ ବୃଦ୍ଧି ପ୍ରତିବାଦରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭାରତ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ ଭଞ୍ଜନଗର ଓ ଆଖପାଖ ଅଞ୍ଚଳରେ କଡ଼ାକଡ଼ି ଭାବେ ପାଳନ କରାଯାଇଛି। ବିଭିନ୍ନ ଛକ ଓ ରାସ୍ତାରେ କଂଗ୍ରେସ ଓ ସି.ପି.ଆଇ.ଏମ ନେତା ଓ କର୍ମୀ ମାନେ ଏକାଠି ହୋଇ ମୋଦୀ ସରକାର ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ବନ୍ଦକୁ ସଫଳ କରିବାରେ ଲାଗିପଡିଥିଲେ। ଫଳରେ ସାରା ସହର ଖାଁ ଖାଁ ଲାଗୁଥିବା ବେଳେ କାଁ ଭାଁ କେତେକ ଗାଡ଼ି ମଟର ଚଳାଚଳ କରୁଥିବା ଦେଖା ଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment