ଭଞ୍ଜନଗର ଠାରେ ଶହୀଦ ଜ୍ୟୋତିକୁ ଶ୍ରଦ୍ଧାଞ୍ଜଳି ।

ଭଞ୍ଜନଗର,୨୦/୧୦(ପିପିଟି): ଗତ ୧୯୭୧ ମସିହାରେ ହୋଇଥିବା ଭାରତ ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟର ୫୦ବର୍ଷ ପାଳନ ଅବସରରେ ଶହୀଦ ବୀର ଅମର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେହି ବିଶେଷ ମୁହୂର୍ତ୍ତକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଶହୀଦ ଜ୍ୟୋତି ବିଭିନ୍ନ ସ୍ଥାନ ପରିକ୍ରମା କରି ବୁଧବାର ସନ୍ଧ୍ୟାରେ ଭଞ୍ଜନଗର ଚକରା ବିଷୋୟୀ ଛକରେ ପହଞ୍ଚି ଥିଲା। ଏଠାରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ଶହୀଦ ଜ୍ୟୋତିକୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏଠାରୁ ଶହୀଦ ଜ୍ୟୋତି ବ୍ରହ୍ମପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment