ଭଞ୍ଜନଗର ଠାରେ ବ୍ଲକ ସ୍ତରୀୟ ଓଷ୍ଟାର ଶିଶୁଉତ୍ସବ ।

ଭଞ୍ଜନଗର, ୨୨/୧୧(ପିପିଟି):ସ୍ଥାନୀୟ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମାଧ୍ୟମିକ ସ୍କୂଲ ଶିକ୍ଷକ ସଂଘ, ଓଷ୍ଟା ତରଫରୁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ସଭାପତି ଦିଲ୍ଲୀପ କୁମାର ସ୍ବାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭଦଘାଟନ କରିଥିବା ବେଳେ ସାବିତ୍ରୀ ମହିଳା ମହାବିଦ୍ୟାଳୟର ଅଧକ୍ଷ ଡ଼. ସୁଶାନ୍ତ କୁମାର ମଳିକ ମୁଖ୍ୟବକ୍ତା,ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରାଜ କହଁର, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଉପଦେଷ୍ଟା ରାଜ କୁମାର ସାହୁ, ଜିଲ୍ଳା ସମ୍ପାଦକ ବିଜୟ କୁମାର ବେହେରା, ସଭାପତି ସନ୍ତୋଷ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ. ବିଜୟ ଚନ୍ଦ୍ର ମହାରଣା ଓ ଅଧ୍ୟାପକ ସନ୍ତୋଷ କୁମାର ମହାନ୍ତି ଯୋଗଦେଇ ଓଷ୍ଟlର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଓଷ୍ଟlର ଶୁଭେଛୁ, ଦାୟିତ୍ୱସମ୍ପନ୍ନ, କର୍ମନିଷ୍ଟ ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ, ବାସନ୍ତୀ ପାଣିଗ୍ରାହୀ, ପ୍ରମୋଦ କୁମାର ଗୌଡ଼, ପ୍ରଶାନ୍ତ କୁମାର ପ୍ରଧାନ ଓ ଗୀତାଞ୍ଜଳି ପ୍ରଧାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଗଳ୍ପ ଲିଖନ, ଚିତ୍ରାଙ୍କନ, କବିତା ଲିଖନ, ସାଧାରଣ ଜ୍ଞାନ, କବିତା ଆବୃତ୍ତି, ଏକକ ଅଭିନୟ, ତର୍କ, ନୃତ୍ୟ, ସଂଗୀତ, ଜଣା ଅଜଣାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପ୍ରଶଂସା ପତ୍ର ଓ ପୁରସ୍କାରଦେଇ ଉତ୍ସlହିତ କରିଥିଲେ । ଏଥିରେ ପ୍ରାୟ ପନ୍ଦରରୁ ଉର୍ଧ୍ଵ ଉଚ୍ଚ ବିଦ୍ୟାଳୟରୁ ୧୫୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ବ୍ଲକ ସ୍ତରରୁ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଆଗାମୀ ଜିଲ୍ଳା ସ୍ତରୀୟ ଶିଶୁ ଉତ୍ସବରେ ଅଂଶଗ୍ରହଣ କରିବେ । ବିଚାରକ ଭାବେ ରୀନା ସେଠି, ଆଖ ପାଖ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇ ପ୍ରତିଯୋଗିତା ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, କର୍ମଚାରୀ ଏଥିରେ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Comments (0)
Add Comment