ଭଞ୍ଜନଗର ଠାରେ ନୂତନ ତହସିଲଦାରଙ୍କ ଦାୟିତ୍ୱ ଗ୍ରହଣ ।

ଭଞ୍ଜନଗର, ୨୬/୧୦. ଭଞ୍ଜନଗର ରାଜସ୍ୱ ବିଭାଗ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ବୁଧବାର ଉମା ଶଙ୍କର ବେହେରା କାର୍ଯ୍ୟରେ ଯୋଗ ଦେଇଛନ୍ତି।ଅନ୍ୟ କର୍ମଚାରୀମାନେ ନୂତନ ତହସିଲଦାରଙ୍କୁ କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଶ୍ରୀ ବେହେରା ଏହା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ।ଏଠାରେ  ଗତ କିଛି ବର୍ଷ ହେବ ତହସିଲଦାର ଭାବେ କାର୍ଯ୍ୟରତ ଅଚ୍ୟୁତାନନ୍ଦ ଯାନୀଙ୍କର କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକକୁ ବିଡ଼ିଓ ଭାବେ ବଦଳି ହୋଇଯାଇଛି।ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଉପରେ ପ୍ରାଥମିକତା ଦିଆଯିବ ବୋଲି ନୂତନ ତହସିଲଦାର ଶ୍ରୀ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି।

ରିପୋର୍ଟ୍ -ଜେ କେ  ପଟ୍ଟନାୟକ

Comments (0)
Add Comment