ଭଞ୍ଜନଗର,୧୭/୧୦(ପିପିଟି): ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ଠାରେ ଆଜି ନୂତନ ତହସିଲଦାର ଭାବେ ଅଚ୍ୟୁତାନନ୍ଦ ଜାନୀ ଦାୟୀତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଶ୍ରୀ ଜାନୀ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଗତ ୫ବର୍ଷ ହେଲା ତହସିଲଦାର ଭାବେ କାର୍ଯ୍ୟ କରି ଆସୁଥିଲେ। ପୂର୍ବତନ ତହସିଲଦାର ଆଲୋକ କୁମାର ପ୍ରଧାନ ପଦୋନ୍ନତି ପାଇ ବଦଳି ହେବା ପରେ ଏଠାରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ନିହାର ରଞ୍ଜନ ବେହେରା ଏହି ଦାୟୀତ୍ୱ ତୁଲାଇ ଆସୁଥିଲେ। ଆଜି ଭଞ୍ଜନଗର ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର କାର୍ଯ୍ୟରେ ଯୋଗଦାନ କଲା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କୁ ସ୍ୱାଗତ କରିଥିଲେ। ଭଞ୍ଜନଗର ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଉପରେ ଦୃଷ୍ଟି ଦେଇ କାର୍ଯ୍ୟକରିବେ ଶ୍ରୀ ଜାନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।