ଭଞ୍ଜନଗର,୧୨/୦୧(ପିପିଟି); ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନ ଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ର ଭଞ୍ଜନଗର ଗସ୍ତ ଅବସରରେ ଦୀର୍ଘ ଦିନ ଧରି ସୁପ୍ତ ଥିବା କଂଗ୍ରେସ ଦଳ ନିଜ ପ୍ରିୟ ନେତାଙ୍କୁ ପାଖରେ ପାଇ ଚଳ ଚଞ୍ଚଳ ହୋଇ ଉଠିଥିଲା। ପ୍ରଥମେ କଇଣ୍ଡି,ଜିଲୁଣ୍ଡି ଛକ ପରେ ବାଉଁଶ ଲୁଣ୍ଡି ଠାରେ ଯୁବ ନେତା ଅଯୋଧ୍ୟା ନାଥ ମହାପାତ୍ରଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମୀ ସଭାପତି ଶ୍ରୀ ଜେନାଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିବା ପରେ ଏକ ବିରାଟ ବାଇକ ଶୋଭାଯାତ୍ରାରେ ମେନ ରୋଡ଼ ଦେଇ ଭେଜିପୁଟ ସ୍ଥିତ ମୁକ୍ତେଶ୍ଵର ମନ୍ଦିରକୁ ପ୍ରାଙ୍ଗଣକୁ ନିଆଯାଇଥିଲା।ସେଠାରେ ଆୟୋଜିତ ଏକ ସାଙ୍ଗଠନିକ ସଭାରେ ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କ ସମେତ ପିସିସି ପର୍ଯ୍ୟବେକ୍ଷକ ଅକ୍ଷୟ କୁମାର ଆଚାର୍ଯ୍ୟ, ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ପ୍ରଭାରୀ ବିସ୍ମୟ ମହାପାତ୍ର, ମହିଳା କଂଗ୍ରେସ ସଭାପତି ସ୍ୱରୂପା ତ୍ରିପାଠୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ପିସିସି କୋର କମିଟି ସଭ୍ୟ ଦେବୀ ବିଷୋୟୀ, ଯୁବ ନେତା ଅଯୋଧ୍ୟା ନାଥ ମହାପାତ୍ର, ଶମ୍ଭୁନାଥ ପାଣିଗ୍ରାହୀ, ବିଦ୍ୟାଧର ପ୍ରଧାନ ଓ ଅନ୍ୟମାନେ ମଞ୍ଚରେ ଉପସ୍ଥିତ ଥିଲେ ।ଏଥିରେ ଅନ୍ୟତମ ଯୁବନେତା ପ୍ରଶାନ୍ତ କୁମାର ବିଷୋୟୀ ସଭାପତିତ୍ୱ କରିଥିଲେ। କେନ୍ଦ୍ରରେ ବିଜେପି ଚାଷୀଙ୍କୁ ହଇରାଣ ଏବଂ ରାଜ୍ୟରେ ବିଜେଡି ସରକାର ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ରାଜନୀତି ଚଳାଇ ଥିବା ବେଳେ ସମସ୍ତ କଂଗ୍ରେସ କର୍ମୀ ଏକାଠି ହୋଇ ଦଳୀୟ ସଙ୍ଗଠନକୁ ମଜବୁତ କରି ସେମାନଙ୍କ ବିରୁଦ୍ଧରେ ଲଢ଼ିବାକୁ ଅତିଥିମାନେ ମତ ଦେଇଥିଲେ। ସେହିପରି ସଭାପତି ଶ୍ରୀ ଜେନା ତୃଣମୂଳ ସ୍ତରରୁ ପୂର୍ବତନ କଂଗ୍ରେସ କର୍ମୀଙ୍କୁ ସାକ୍ଷାତ କରି ସେମାନଙ୍କୁ ପୁଣି ଦଳକୁ ଫେରାଇ ଆଣିବା ସହ ଆଗାମୀ ଦିନରେ ଯୁବ ଗୋଷ୍ଠୀଙ୍କ ସହଯୋଗରେ ନୂତନ ରଣନୀତି ଆପଣେଇ ପୌର ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳ ବିଜୟ ଲାଭ କରିବ। ତେଣୁ ସମସ୍ତ କଂଗ୍ରେସ କର୍ମୀମାନେ ଅନ୍ୟ ରାଜନୈତିକ ଦଳକୁ ଛାଡ଼ି ଦଳୀୟ ନେତାଙ୍କୁ ସମର୍ଥନ ଜଣାଇ ଆଗାମୀ ଦିନରେ ଭଞ୍ଜନଗର ଠାରେ ପୁଣି କଂଗ୍ରେସକୁ ବିଜୟୀ କରିବାକୁ ପରାମର୍ଶ ଦେଇଥିଲେ। ବିଶେଷ କରି ଶ୍ରୀ ଜେନା ଜିଲ୍ଲା ସଭାପତି ଦାୟୀତ୍ୱ ଗ୍ରହଣ କରିବା ପରେ ଯୁବଗୋଷ୍ଠି ବେଶ ସକ୍ରିୟ ଥିବା ବେଳେ ଅନ୍ୟମାନେ ମଧ୍ୟ ଏକ ଦୁର୍ନୀତି ମୁକ୍ତ ରାଜ୍ୟ ଗଠନରେ ସାମିଲ ହେବାପାଇଁ ସେ କହିଥିଲେ। ଏଥିରେ ବିକ୍ରମ ବିଷୋୟୀ, ଜିଲୁ ତ୍ରିପାଠୀ, ରବୀନ୍ଦ୍ର ଗୌଡ଼, ଜବାହରଲାଲ ସାହୁ, ମିଥୁନ ବିଷୋୟୀ,ସୂର୍ଯ୍ୟ ପାଢ଼ୀ ଓ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଏହାପରେ ଶ୍ରୀ ଜେନା ଭଞ୍ଜନଗର ବ୍ଲକ ଗାଲେରୀ ଓ ହରିଗଡ଼ ପଞ୍ଚାୟତର ଗୋଳାବନ୍ଧ ଗ୍ରାମରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ୨ପରିବାରର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିଲେ।
(ରିପୋର୍ଟ:- ଜୟକୃଷ୍ଣ ପଟନାୟକ ।)