ଭଞ୍ଜନଗର ଠାରେ କାନାଡ଼ା ବ୍ୟାଙ୍କ ଶାଖା ଉଦଘାଟିତ।

ଭଞ୍ଜନଗର, ୩୦/୧୧(ପିପିଟି):ଭଞ୍ଜନଗର ସ୍ଥିତ ବେଲଗୁଣ୍ଠା ରୋଡ଼ ଠାରେ କାନାଡ଼ା ବ୍ୟାଙ୍କର ୨୩ତମ ଶାଖା ଉଦଘାଟିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥି ରୂପେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଏଜିଏମ ଜି.ଭି ରଘୁ ସେଶୁ,ଲିଡ଼ ବ୍ୟାଙ୍କ ମ୍ୟାନେଜର ସୀମାଞ୍ଚଳ ସାହୁ, ଭଞ୍ଜନଗର ବ୍ୟାଙ୍କ ପରିଚାଳକ ମୋହନ ବାବୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବି ମାନେ ଉପସ୍ଥିତ ଥିଲେ।
ଯଦି ଏଠାରେ ସଠିକ ଭାବରେ ସେବା ମିଳିବ ତାହେଲେ ବିଭିନ୍ନ ସରକାରୀ ଅନୁଦାନକୁ ମଧ୍ୟ ଏହି ବ୍ୟାଙ୍କ ଅନ୍ତର୍ଭୁକ୍ତ କରାଯିବ ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି। ବେଲଗୁଣ୍ଠା ରୋଡ଼ ଏକ ଜନଗହଳି ପୂର୍ଣ୍ଣ ସ୍ଥାନ ହୋଇଥିବରୁ ସେଠାରେ ଅନେକ ଗୁଡିଏ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ରହିଛି।ତେଣୁ ଏହି ବ୍ୟାଙ୍କ ଦ୍ୱାରା ବ୍ୟବସାୟୀ ମାନେ ଏକାଉଣ୍ଟ ଖୋଲିବା ସହ ନିଜର ଆର୍ଥିକ କାରବାର, ବିଭିନ୍ନ ଋଣ ସୁବିଧା ପାଇ ପାରିବେ।ଏଠାରେ ଏଟିଏମ, ଲକର ସମେତ ବିଭିନ୍ନ ସରକାରୀ ସୁବିଧା ରହିଛି। ଅନ୍ୟ ବ୍ୟାଙ୍କ ତୁଳନାରେ ଉପଯୁକ୍ତ ସେବା ଯୋଗାଇ ସମସ୍ତଙ୍କର ଅସ୍ଥା ଭାଜନ ହୋଇପାରିବ ବୋଲି ବ୍ୟାଙ୍କ ପରିଚାଳକ କହିଛନ୍ତି।

ରିପୋର୍ଟ-(ଜେ.କେ ପଟ୍ଟନାୟକ)

Comments (0)
Add Comment