ଭଞ୍ଜନଗର,୨୨/୦୪(ପିପିଟି): ଆଜି ମୁସଲମାନ ଭାଇମାନଙ୍କ ପର୍ବ ଇଦ୍ ପାଇଁ ଚଳଚଞ୍ଚଳ ହୋଇ ଉଠିଥିଲା ଭଞ୍ଜନଗର ସହର। ସମସ୍ତଙ୍କ ମନରେ ଭରି ରହିଥିଲା ଆନନ୍ଦ ଓ ଉଲ୍ଲାସ। ସକାଳ ସମୟରୁ ସମୂହ ନମାଜ ପାଠ ପାଇଁ ମସଜିଦରେ ପ୍ରବଳ ଭିଡ଼ ଜମିଥିଲା। ନମାଜ ପାଠ ପରେ ମୁସଲମାନ ଭାଇ ମାନେ ପରସ୍ପରକୁ ଖୁସିରେ ଇଦ ମୁବାରକ ଜଣାଇଥିଲେ। ଏଥିସହ ପରିବାର ସହ ସୁସ୍ବାଦୁ ବ୍ୟଞ୍ଜନର ଆସର ଜମିଥିଲା । ଏହି ଅବସରରେ ଭଞ୍ଜନଗର ଅଞ୍ଚଳର ବହୁ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଏନଏସି ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କୁ ସାକ୍ଷାତ କରି ଇଦ୍ ମୁବାରକ ଜଣାଇଥିଲେ। ଏହି ଇଦ୍ ଅବସରରେ ସମସ୍ତଙ୍କ ମଧ୍ୟରେ ଭାଇଚାରା ବୃଦ୍ଧି ପାଇବା ସହ ଜୀବନରେ ସୁଖ ସମୃଦ୍ଧି ଓ ଶାନ୍ତି ବଜାୟ ରହୁ ବୋଲି କାମନା କରି ଅଧ୍ୟକ୍ଷ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )