ଭଞ୍ଜନଗର ଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ।

ଭଞ୍ଜନଗର, ୧/୧୦(ପିପିଟି):ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇ ଶତାୟୁ ୪ଜଣ ନାଗରିକଙ୍କୁ ଉପଢୌକନ ଓ ଫୁଲ ତୋଡ଼ା ଦେଇ ସମ୍ମାନିତ କରିଥିଲେ।ଭଞ୍ଜନଗର ବ୍ଲକ ମୁଜାଗଡ଼ ପଞ୍ଚାୟତ ଗଣ୍ଡି ସୁଳା ଗ୍ରାମର ହାଡୁ ଦଳେଇ ଓ ତାଙ୍କ ପତ୍ନୀ ମଲି ଦଳେଇ, ଭଞ୍ଜନଗର ଏନଏସି ମହାନ୍ତି ସାହିର କୁଞ୍ଜଲତା ମହାନ୍ତି ଓ ପଣ୍ଡା କଲୋନୀର ଅମିନା ବିବି ବୟସର ସାୟାହ୍ନରେ ମଧ୍ୟ ରାଷ୍ଟ୍ର ଗଠନରେ ସହାୟକ ହୋଇ ଭୋଟ ଦାନ କରି ଆସୁଛନ୍ତି ତେଣୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ନିର୍ବାଚନ ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।ଏହାଦ୍ୱାରା ବହୁ ନୂତନ ଭୋଟର ଓ ନିର୍ବାଚନରେ ଅଂଶଗ୍ରହଣ କରୁ ନ ଥିବା ନାଗରିକ ମାନେ ସଚେତନ ହୋଇ ନିଜର ମତଦାନ ସାବ୍ୟସ୍ତ କରିବେ ବୋଲି ଉପଜିଲ୍ଲାପାଳ ଶ୍ରୀ ରାୟ କହିଛନ୍ତି।ଏଥିସହ ଭୋଟର ତାଲିକା ପ୍ରସ୍ତୁତ ରେ ଉତ୍ତମ କାର୍ଯ୍ୟ କରୁଥିବା କିଛି ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।ଏଥିରେ ନିର୍ବାଚନ ବିଭାଗ କର୍ମଚାରୀ ମୁକ୍ତିକାନ୍ତ ନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ।

ରିପୋର୍ଟ-ଜେ କେ ପଟ୍ଟନାୟକ

Comments (0)
Add Comment