ଭଞ୍ଜନଗର, ୦୨/୦୮(ପିପିଟି):ଓଡିଶା ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସମ୍ମନୁ୍ୟ ସମିତି ତରଫରୁ ବିଭିନ୍ନ ଦାବୀ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଷ୍ଟା ଜିଲ୍ଳା ସଭାପତି ସନ୍ତୋଷ ଜେନା, ନିମ୍ମ ମାଧ୍ୟମିକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଅମର ବିଳାସ ବେହେରା, ବ୍ଲକ ସଭାପତି ଦିଲ୍ଲୀପ କୁମାର ସ୍ୱାଇଁ, ସମ୍ପାଦକ ଗୌରୀ ନନ୍ଦନ ହୋତା, ହେମନ୍ତ କୁମାର ତ୍ରିପାଠୀ, ସତ୍ୟବାନ ସାହୁ, ସରୋଜଲଷ୍ମୀ ଦାସ, ସନତ କୁମାର ଦଳବେହେରା, କାମରାଜୂ ଗୌଡ଼ଙ୍କ ନେତୃତ୍ୱରେ ବିଭିନ୍ନ ଦାବୀ ମଧ୍ୟରେ ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ, ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ଚାକିରୀ ସର୍ତ୍ତାବଳୀ, ପେନସନ, ଅବସାର ଳାଳୀନ ସୁବିଧା, ଗ୍ରେଡ଼ ପେ ରେ ଥିବା ଅସଙ୍ଗତି ଦୂରୀକରଣ, ସମସ୍ତ ବିଦ୍ୟାଳୟ କୁ ସରକାରୀ କରଣ ଓ ବୟସ ସୀମା ୬୦ ରୁ ୬୨କୁ ବୃଦ୍ଧି ପ୍ରମୁଖ ଦାବୀ ଉପରେ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ପ୍ରଦାନ କରାଯାଇଛି । ଏଥିରେ ରାଧାକାନ୍ତ ଦାସ, ସଚିତ୍ର କୁମାର ନାୟକ, ପଞ୍ଚାନନ ଚୌଧୁରୀ, ଗୋପାଳ ଚନ୍ଦ୍ର ପଣ୍ଡା, ସୁବ୍ରତ କୁମାର ତ୍ରିପାଠୀ, ମନୋଜ କୁମାର ମିଶ୍ର, ମମତା ପ୍ରଧାନ, ସାଗରୀକା ପାଣିଗ୍ରାହୀ, ଜୋତିରଞ୍ଜନ ବିଷୋୟୀ, ମାମାରାଣୀ ପାଣି, ରବୀନ୍ଦ୍ର କୁମାର ବାରିକ, ଅନଙ୍ଗ ପ୍ରସାଦ ଦାସ, ସୁବ୍ରତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ ପରେ ଜିଲ୍ଳା ସଭାପତିଙ୍କ ଉପସ୍ଥିତିରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇ ଆଗାମୀ ୧୦ ତାରିଖ ରବିବାର ଦିନ ଅଗଷ୍ଟ ୧୬ ଦାବୀ ଦିବସକୁ ସଫଳ କରିବା ଉପରେ ପ୍ରସ୍ତୁତି ବୈଠକ ଭଞ୍ଜନଗର ରେ ପାଞ୍ଚଟି ବ୍ଲକର ଶିକ୍ଷକ ଭାଇ ମାନଙ୍କୁ ନେଇ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)