ଭଞ୍ଜନଗର ଗଣେଶ ପୂଜାରେ ବାଜିବନି ଡିଜେ ।

ଭଞ୍ଜନଗର, ୨୪/୦୮(ପିପିଟି):ପାର୍ବଣର ପ୍ରଥମ ପାହାଚରେ ପାଖେଇ ଆସୁଛି ଗଣେଶ ପୂଜା।ତେଣୁ ସମସ୍ତ ପୂଜା କମିଟି, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।ସମସ୍ତେ ନିଜ ପୂଜା ମଣ୍ଡପରେ ସୁନ୍ଦର ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା,ସୁ ଉଚ୍ଚ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜ୍ଜିତ କରି ଅଧିକ ଆକର୍ଷଣୀୟ କରିବା ପାଇଁ ଦିନରାତି ଲାଗିପଡିଛନ୍ତି।ଭଞ୍ଜନଗର ସହର ଠାରୁ ଆଖପାଖର ଗ୍ରାମାଞ୍ଚଳ ମଧ୍ୟ ଚଳ ଚଞ୍ଚଳ ହୋଇ ଉଠିଛି।ଏଭଳି ସ୍ଥିତିରେ ଭିଡ଼କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଭଞ୍ଜନଗର ପୋଲିସ ପକ୍ଷରୁ ନୂତନ ଗାଇଡ଼ ଲାଇନ୍ ଜାରି କରାଯାଇଛି।ତେଣୁ ଭଞ୍ଜନଗର ସହରର ପ୍ରାୟ ୩୩ଟି ପୂଜା କମିଟିକୁ ଡ଼ାକି ଆଜି ଏସମ୍ପର୍କରେ ସୂଚନା ଦିଆଯାଇଛି।ସେଥି ମଧ୍ୟରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ପୂଜାରେ ଡ଼ିଜେ ସମ୍ପୂର୍ଣ୍ଣ ବ୍ୟାନ ହୋଇଥିବା ବେଳେ ସାଧାରଣ ଶବ୍ଦ ନିମନ୍ତେ ଅନୁମତି ବାଧ୍ୟତାମୂଳକ କରାଯାଇଛି।ଏଥିସହ ରାତି ୧୦ଟା ମଧ୍ୟରେ ଭଷାଣି ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ନିୟମ ଅମାନ୍ୟ କଲେ ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚେତାବନୀ ଦିଆଯାଇଛି।ଯେ କୌଣସି ପରିସ୍ଥିତିରେ ଆଇନ୍ ହାତକୁ ନ ନେଇ ତୁରନ୍ତ ୧୧୨ନମ୍ବର ନଚେତ୍ ଥାନା ଅଧିକାରୀଙ୍କୁ ଫୋନରେ ଜଣାଇବା ଏବଂ ସହରର ଯେକୋୖଣସି ସ୍ଥାନରେ ବେଆଇନ ମଦ ଓ ନିଶା ଦ୍ରବ୍ୟ କାରବାର ହେଉଥିଲେ ଜନସାଧାରଣ ଏସମ୍ପର୍କରେ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି।ଏହି ପୂଜା ସମୟରେ ପୋଲିସକୁ ସହଯୋଗ କରିବା ଏବଂ ସମସ୍ତେ ଆନନ୍ଦ ଓ ଉଲ୍ଲାସର ସହିତ ଏହାକୁ ପାଳନ କରିବାକୁ ଭଞ୍ଜନଗର ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment