ଭଞ୍ଜନଗର କୋର୍ଟରେ ନୂତନ ଏ.ଡ଼ି.ଜେଙ୍କୁ ସ୍ୱାଗତ ।

ଭଞ୍ଜନଗର,୦୪/୦୧(ପିପିଟି); ଭଞ୍ଜନଗର କୋର୍ଟରେ ଆଜି ନୂତନ ଅତିରିକ୍ତ ଜିଲ୍ଲା ଜଜ୍ ଭାବେ ଅରୁଣ କୁମାର ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି।ତାଙ୍କୁ ବାର ଆସୋସିଏସନ ଓ ଆଇନଜୀବୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପୂର୍ବରୁ ଏଠାରେ ଥିବା ଏ.ଡ଼ି.ଜେ  ହେମନ୍ତ କୁମାର ସେଠିଙ୍କୁ ପାରଳାଖେମୁଣ୍ଡି ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ସେଠାରେ କାର୍ଯ୍ୟରତ ଥିବା ଅରୁଣ କୁମାର ସାହୁଙ୍କୁ ଭଞ୍ଜନଗର କୋର୍ଟକୁ ବଦଳି ହୋଇ ଆସିଥିବା ଜଣାପଡିଛି। ଏହି ଅବସରରେ କୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଓକିଲ ସଂଘର ସଭାପତି ଦଣ୍ଡପାଣି ସ୍ୱାଇଁ ସଭାପତିତ୍ୱ କରିଥିଲେ।ସବ ଜଜ୍ ବେଦ ପ୍ରକାଶ,ଏସ. ଡ଼ି. ଜେ. ଏମ ମନସ୍ୱିନୀ ରଥ ଙ୍କ ସମେତ ଉପ ସଭାପତି ମଣି ଦୀକ୍ଷିତ,ସମ୍ପାଦକ ଅକ୍ଷୟ କୁମାର ସାହୁ, ସହ ସମ୍ପାଦକ ବଳରାମ ମହାପାତ୍ର,ବରିଷ୍ଠ ଆଇନଜୀବୀ ଏମ ତାଜ ଆଦେନୀ,ରାଜେନ୍ଦ୍ର ପ୍ରଧାନ, ଦିବାକର ନାୟକ,ଗୋପାଳ ପ୍ରଧାନ, ସନ୍ତୋଷ ତିଆଡ଼ି,ବିନୟ ରଥ, ରବି ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

 

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment