ଭଞ୍ଜନଗର କରୋନା ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ ଆରୁଖ ।

ଭଞ୍ଜନଗର,୧୫/୦୫(ପିପିଟି); ଦିନକୁ ଦିନ ଭଞ୍ଜନଗର ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜନ ସଚେତନତା ଅଭାବ ଓ କୋଭିଡ଼ କଟକଣାକୁ ବେଖାତିର କରିବା ଦ୍ୱାରା ସଂକ୍ରମଣ ରୋକିବା କଷ୍ଟସାଧ୍ୟ ହୋଇପଡିଛି। ପ୍ରତିଦିନ ବହୁ ନୂତନ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି।ଫଳରେ ଭଞ୍ଜନଗର ଡିସିଏଚସି ରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଶୁକ୍ରବାର ସନ୍ଧ୍ୟାରେ ଭଞ୍ଜନଗର ବନ ବିଭାଗ ଡ଼ାକ ବଙ୍ଗଳା ଠାରେ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ସହ କୋଭିଡ଼ ସ୍ଥିତି ଓ ଲୋକଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଛନ୍ତି। କିଭଳି ଲୋକଙ୍କୁ ଯଥାଶୀଘ୍ର ଟିକା ଯୋଗେଇ ଦିଆଯିବ ଓ ରୋଗୀଙ୍କୁ ଉତ୍ତମ ଚିକିତ୍ସା ମିଳିଲେ ସେମାନେ ସୁସ୍ଥ ହୋଇ ଫେରିବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ। ଏଥିସହ କୋଭିଡ଼ ହସ୍ପିଟାଲର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ବୈଠକରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡ଼ିଓ ଅନୀଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ ଓ ଏନଏସି ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ମିଶ୍ର ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment