ଭଞ୍ଜନଗର କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ।

ଭଞ୍ଜନଗର,୧୩/୦୩(ପିପିଟି): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ଠାରୁ ରାଜ୍ୟ ସ୍ତରୀୟ ଭଞ୍ଜନଗର କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ଦିବସରେ ମୁଖ୍ୟ ଅତିଥି ରୂପେ ବିଦ୍ୟୁତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଉତ୍କଳ କେଶରୀ ସିଂ ସମ୍ମାନିତ ଅତିଥି ଭାବେ ଚିଦାନନ୍ଦ ସ୍ଵାଇଁ, ଧିରେସ ମହାନ୍ତି ଓ ଶରତ ଚନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ। ପ୍ରଶାନ୍ତ କୁମାର ମହାନ୍ତି ଉଦଘୋଷକ କାର୍ଯ୍ୟ ସମ୍ପାଦନ କରିଥିଲେ। ଉଦଘାଟନୀ ମ୍ୟାଚରେ ଫୁଲବାଣୀର ଦୁଇ ପ୍ରମୁଖ ଦଳ କଲାଡ଼ି ଫୁଟବଲ କ୍ଲବ ଏବଂ ଫୁଲବାଣୀ ଫୁଟବଲ ଆସୋସିଏସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ଶେଷ ସୁଦ୍ଧା ଉଭୟ ଦଳ କୌଣସି ଗୋଲ ଦେବାରେ ସକ୍ଷମ ହୋଇ ନଥିଲେ।ଯାହା ଫଳରେ ରେଫରୀ ପେନାଲଟି ସୁଟର ଆଶ୍ରୟ ନେଇଥିଲେ। ଶେଷରେ ୩-୨ ଗୋଲରେ କଲାଡ଼ି ଟିମ ବିଜୟ ଲାଭ କରିଛି। ଏହି ଦଳର ଗୋଲ କିପର ଜଗନକୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରାଯାଇଛି।ଆଜିର ଖେଳରେ ରେଫରୀ ଭାବେ ପି. ରମେଶ ରାଓ ଏବଂ ଲାଇନ୍ସ ମ୍ୟାନ ଭାବେ ଗଣେଶ ବାହାଦୂର ଓ ନିଶାକର ସ୍ଵାଇଁ ଦାୟୀତ୍ୱ ତୁଲାଇଥିଲେ। ଏଥିରେ କୁଲୁ ସାମନ୍ତ ଓ ଶଙ୍କର ସମେତ ଭଞ୍ଜନଗର ଫୁଟବଲ ଏକାଡେମୀର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ। ଆଜିର ମ୍ୟାଚରେ ଭଞ୍ଜନଗର ଫୁଟବଲ ଏକାଡେମୀ (ଏ) ସହ ବେହେରା ସ୍ପୋର୍ଟିଂ, ଖଜୁରୀ ପଡା ମଧ୍ୟରେ ଅନୁଷ୍ଠିତ ହେବ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment