ଭଞ୍ଜନଗର, ୨୮/୦୩(ପିପିଟି ):ଆଜି ଥିଲା ଭଞ୍ଜନଗର ବାର ଆସୋସିଏସନର ନିର୍ବାଚନ। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ସାଧାରଣ ସମ୍ପାଦକ ଭାବେ ଧୀରେନ ସ୍ବାଇଁ ଓ ଉପ ସଭାପତି ଭାବେ ରଜତ ଦାସ ର୍ନିବାଚିତ ହୋଇଛନ୍ତି। ପୁର୍ବରୁ ସହ ସଂପାଦକ ଭାବେ ସ୍ନିଗ୍ଧା ଦାସ ଏବଂ କୋଷାଧ୍ୟକ୍ଷ ଭାବେ ମଧୁସୂଦନ ପଣ୍ଡା ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।
ଆଗାମୀ ଦିନରେ କାର୍ଯ୍ୟକାରୀ କମିଟି କର୍ମକର୍ତ୍ତା ନିର୍ବାଚିତ ହେବେ। ନିର୍ବାଚନକୁ ବରିଷ୍ଠ ଆଇନଜୀବୀ ଲଡୁ କିଶୋର ଆଳତିଆ, ତ୍ରିନାଥ ମଳିକ,ବିମ୍ବାଧର ଷଡ଼ଙ୍ଗୀ, ଗିରିଜା ଶଙ୍କର ଭୂୟାଁ, ଧ୍ରୁବ ପ୍ରସାଦ ତ୍ରିପାଠୀ, ଅଭାଗିନୀ ବିଷୋୟୀ,ରାଜେଶ୍ୱର ଆଚାରୀ ପରିଚାଳନା କରିଥିଲେ। ନୂତନ କର୍ମକର୍ତ୍ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ )