ଭଞ୍ଜନଗର,୩୧/୦୩(ପିପିଟି): ଭଞ୍ଜନଗର ବାର ଆସୋସିଏସନର ନବ ନିଯୁକ୍ତ ସଦସ୍ୟମାନେ ଆଜି ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟରେ ଶପଥ ଗ୍ରହଣ କରିଛନ୍ତି। ଏଥିରେ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ତ୍ରିନାଥ ମଳିକ ଓକିଲ ସଂଘର ସଭାପତି ଭାବେ ଆଇନଜୀବୀ ଅଭିମନ୍ୟୁ ଗୌଡ,ସମ୍ପାଦକ ହରେକୃଷ୍ଣ ମହାପାତ୍ର, ଉପ ସଭାପତି ରଜତ କୁମାର ଦାସ,ସହ ସମ୍ପାଦକ ଭାବେ ଚନ୍ଦ୍ରମଣି ମହାପାତ୍ର, କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୁୟାଁଙ୍କୁ ଶପଥ ପାଠ କରାଇଥିଲେ। ସେହିପରି ସଂଘର କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଆଇନଜୀବି ଲଷ୍ମୀକାନ୍ତ ମହାପାତ୍ର,ସନ୍ତୋଷ କୁମାର ତିଆଡ଼ି, ଅଳକା ମଞ୍ଜରୀ ପଟ୍ଟନାୟକ, ଦିବାକର ନାୟକ ଓ ଅଶ୍ୱିନୀ କୁମାର ପାଣିଗ୍ରାହୀ ମଧ୍ୟ ଶପଥ ଗ୍ରହଣ କରିଥିଲେ। ପୂର୍ବତନ କର୍ମକର୍ତ୍ତା ମାନେ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହି ଉତ୍ସବରେ ସଂଘର ବହୁ ଆଇନଜୀବୀ ଉପସ୍ଥିତ ରହି ନୂତନ କମିଟି ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ସଂଘର ନୂତନ କର୍ମକର୍ତ୍ତାମାନେ କୋର୍ଟର ସମସ୍ତ ଜଜ୍ ଓ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କୁ ଭେଟି ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )